Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର:ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଶୋଭାରାମ ପଧାନ

ସମ୍ବଲପୁର:ସମ୍ବଲପୁର ଜିଲା ପରିଷଦର ପୂର୍ବତନ ସଭାପତି ତଥା ବିଜେଡ଼ି ନେତା ଶୋଭାରାମ ପଧାନ ସମ୍ବଲପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ମୁତାବକ ଶ୍ରୀ ପଧାନ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେଲା ସମ୍ବଲପୁର ଜିଲା ରାଜନୀତିର ଜଣାଶୁଣା ଚେହେରା ଶ୍ରୀ ପଧାନ ୯୭ ମସିହାରୁ ୨୦୦୨ ମସିହା ଯାଏ ଜିଲା ପରିଷଦର ସଭ୍ୟ ଏବଂ ୨୦୦୭ ମସିହାରୁ ୨୦୧୨ ଯାଏ ଜିଲା ପରିଷଦର ସଭାପତି ଥିଲେ। ଶ୍ରୀ ପଧାନ ୨୦୦୪ ମସିହା ଓ ୨୦୧୯ ମସିହାରେ କୁଚିଣ୍ଡା ବିଧାନସଭା ଆସନରୁ କ°ଗ୍ରେସ ପ୍ରାର୍ଥୀ ଥିଲେ।ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ନୂତନ ଦାୟିତ୍ୱର କାର୍ଯ୍ୟଭାର ସେ ଗ୍ରହଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ