Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରଯାନ – ୩ ର ସଫଳତା ପାଇଁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ପକ୍ଷରୁ ପୁଜାର୍ଚନା

ସମ୍ବଲପୁର: ଭାରତର ଚନ୍ଦ୍ରଯାନ – ୩ ମିଶନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି । ଭାରତ ପାଇଁ ଏହା ଅତ୍ୟନ୍ତ ଐତିହାସିକ ମୁହୂର୍ତ୍ତ, କାରଣ ଅବତରଣ ସହିତ ଚନ୍ଦ୍ର ପୃଷ୍ଠକୁ ଛୁଇଁବାରେ ଭାରତ ଚତୁର୍ଥ ଦେଶ ହୋଇପାରିଛି । ଚନ୍ଦ୍ରାୟନ – ୩ ମିଶନ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଛି | ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୬.୦୪ ରେ ଚନ୍ଦ୍ର ଭୂପୃଷ୍ଠରେ ଅବତରଣ କରିଛି।ଚନ୍ଦ୍ରାୟନ-୩ ର ସଫଲତା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ୍ ପକ୍ଷରୁ ସମ୍ବଲପୁର ବ୍ରୁକ୍ସହିଲ ସ୍ଥିତ ଶ୍ରୀରାମ ଓ ବୀର ହନୁମାନ ଙ୍କ ମନ୍ଦିର ଠାରେ ପୁଜାର୍ଚନା କରାଯାଇଛି । ମଞ୍ଚର ସଦସ୍ଯ ସଦସ୍ୟା ମାନେ ପ୍ରଥମେ ହନୁମାନ ମନ୍ଦିର ଏବଂ ଶ୍ରୀରାମ ମନ୍ଦିର ରେ ଦୀପ ପ୍ରଜ୍ବଳନ କରି ମିଶନ ର ସଫଳତା ପାଇଁ ପ୍ରାର୍ଥନା କରିଥିଲେ । ଆଜିର ଘଟଣା ଭାରତ ଏବଂ ବିଶ୍ବ ପାଇଁ ଗର୍ବର ବିଷୟ ବୋଲି କୁହାଯାଇଛି ।
ଆଜିର କାର୍ଯ୍ୟକ୍ରମ ରେ ମଞ୍ଚ ର ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆବାହକ ଭବାନୀଶ ଭୋଇ, ପାଙ୍କଜିନି ମେହେର, କାନ୍ତି ମେହେର, ଝୁନୁ ତ୍ରୀପାଠୀ, ସ୍ବସ୍ତିକା ନାୟକ, ସୁଜାତା ଗୁରୁ, ପଙ୍କଜିନି ବୈଠାରୁ, ଶରତ ବହିଦାର, ଶଙ୍କର ମେହେର, ସୁରେନ୍ଦ୍ର ବଗର୍ତ୍ତୀ, ଗୁଣରଞ୍ଜନ ସାଲିମା, ମୋହନ ଦାଶ, ରାଜେଶ ବେହେରା, କୁନା ଭୋଇ, ସୁଦାମ ମେହେର ପ୍ରମୁଖ ସାମିଲ ହୋଇ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ