ଧନୁପାଲି ଥାନା ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର ଧନୁପାଲି ଥାନା ଦ୍ୱାରା ପେନଶନ ପଡା କଲ୍ୟାଣ ମଣ୍ଡପ ଠାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଶିବିରରେ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ମୁଖ୍ୟ ଡାକ୍ତରଖାନା ସମ୍ବଲପୁର ରକ୍ତଭଣ୍ଡାର ୭୦ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ବୁର୍ଲା ରକ୍ତଭଣ୍ଡାର ୧୩୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ lରକ୍ତଦାତା ମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲବିନଶ କେରକେଟଟା ମାନପତ୍ର ଦେଇ ଉତ୍ସlହିତ କରିଥିବା ବେଳେ ଆଇ ଆଇ ସି ରଞ୍ଜନ କୁମାର ବିଶ୍ୱାଳ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମlନଙ୍କୁ ଧନ୍ୟବାଦ ଅର୍ପଣ କରି କୃତଜ୍ଞତା ଜଣାଇଥିଲେ lରକ୍ତ ଅଭାବରେ କାହାରି ଜୀବନ ଯେପରି ନଯାଉ ଏବଂ କୌଣସି ଦଲାଲ ଦ୍ଵାରା କେହି ହଇରାଣ ନହୁଅନ୍ତୁି ତାହାକୁ ଆଖି ଆଗରେ ରଖି ସମ୍ବଲପୁର ପୋଲିସର ଏଭଳି ଅଭିଯାନ ବର୍ତ୍ତମାନ ସମୟରେ ବେଶ ସୁଦୂର ପ୍ରସାରୀ ହୋଇଛି ।