Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ଜୟପାଟଣା ଶିକ୍ଷକ ସଂଘ।

କୋକସରା:୨୬/୦୮:ଜୟପାଟଣା ବ୍ଲକ ବଡ କର୍ଲକୋଟ କ୍ଲଷ୍ଟର ପରଜା ନାଗଫେଣି ଠାରେ କ୍ଲଷ୍ଟର ସ୍ତରୀୟ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରାଙ୍କ କ୍ଲଷ୍ଟର ସ୍ତରୀୟ ବିଦାୟୀ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା,ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ମୋହନ ଯୋଶୀ,ବ୍ଲକ ସମ୍ପାଦକ ଲଳିତ କୁମାର ନାଏକ ଶୋଭରାମ ଜାଲ,ବିଶ୍ଵନାଥ ପାଢ଼ୀ,ଦେବେନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ।ବଡ କର୍ଲକୋଟ ସିଆରସି ସିଦ୍ଧାର୍ଥ ମିଶ୍ର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସର ରେ ଗୋଷ୍ଠି ଶିକ୍ଷା ବିଭାଗର କିରାଣୀ ଶ୍ରୀ ଦେବେନ୍ଦ୍ର ଶବର ସେକ୍ସନ ଅଧିକାରୀ ରେ ପଦୋନ୍ନତି ପାଇଁ କଲମପୁର ବ୍ଲକ କୁ ବଦଳି ହୋଇଥିବାରୁ ସଂଘ ପକ୍ଷରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଅଵସର ନେଇଥିବା ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ବେହେରା ଙ୍କୁ ବ୍ଲକ ତରଫରୁ ଜିଲ୍ଲା ଆସନ୍ତା ଗୁରୁଦିବସ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ଭାବେ ସମ୍ମାନିତ କରିଯିବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଛି। କ୍ଲଷ୍ଟର ତରଫରୁ ମାନପତ୍ର ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଟିକେଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ତପନ ସାହୁ ସେବକ ବାରିକ,ଗୋପାଗଞ୍ଜନ୍ ବେନୂପାଣି,ଅମୂଲ୍ୟ ସାହୁ,ମନସ୍ଵିନୀ ଦିଶାରି, ପରମାନନ୍ଦ ପଟେଲ ନରସିଂହ ସାହୁ ପ୍ରମୁଖ ସହଯୋଗ କରିଥିଲେ।