Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେକରେ ଫାଶି ଲଗାଇ ଝୁଲି ପଡ଼ିଲେ କନଷ୍ଟେବଲ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ିରେ ଚାଞ୍ଚଲ୍ୟ। ବେକରେ ଫାଶି ଲଗାଇ ଝୁଲି ପଡ଼ିଲେ କାର୍ଯ୍ୟରତ କନଷ୍ଟେବଳ। ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି। ସେ କେଉଁଝର ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି। ସରକାରୀ କ୍ୱାର୍ଟର୍ସରୁ ରବିବାର ସକାଳେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତିହିଡ଼ି ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କନଷ୍ଟେବଲ ତୋଫାନ କୁମାର ପାତ୍ର ପ୍ରାୟ ଦେଢ଼ ବର୍ଷ ହେବ ତିହିଡ଼ି ଥାନାରେ କାର୍ଯ୍ୟରତ ଥିଲେ। ସେ  ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିଲେ।  ତେବେ ସେ ଗତ ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ତେବେ ଆଜି ସକାଳେ ପଡ଼ୋଶୀ ଝରକା ବାଟେ ତୋଫାନ କୁମାର ପାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ