Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଲ୍ଡେନ୍ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ଵର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟ ଆଦି ରହିଛି। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବରରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ଇଡି ୨୦୨୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲା।

ଖବର ଅନୁଯାୟୀ, କମ୍‌ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ଠକୁଥିଲା । ଠକେଇ ଟଙ୍କାରେ ଅଡ଼ି, ଜାଗୁଆର ଓ ବିଏମଡବ୍ଲୁ ଚଢୁଥିଲେ। କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ କରିଥିଲା ଇଡି। ତେବେ ବଡ଼ବିଲରେ ଥିବା ଏକ ଖଣି କମ୍ପାନୀକୁ ୧୧୦ କୋଟି ଟଙ୍କା ଋଣ କରାଇ ଦେବାକୁ ଚୁକ୍ତି କରିଥିବା ବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ୧୧ଟି ସିକ୍ୟୁରିଟି ଚେକ୍ ଆବେଦନକାରୀଙ୍କୁ ଦେଇଥିଲେ।  

ଶେଷରେ ଗତ ୨୦୨୦ ମସିହାରେ ଗୋଲଡେନ୍ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରା ସାଢେ ୫ କୋଟି ଟଙ୍କାର ଠକେଇ କରିଥିବା ନେଇ ଇଡି କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା।  ସେହି ଦିନ ଠାରୁ ଇଡି ଗୋଲ୍ଡେନ ବାବାର ସମ୍ପତ୍ତି ସହ ବହୁ ଦାମୀ କାର ଜବତ କରିଚାଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ