Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ପଞ୍ଚାୟତ ରେ ଅନିୟମିତତା କୁ ନେଇ ପ୍ରତିବାଦ କଲେ ବିଜେପି କର୍ମକର୍ତ୍ତା,ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର।

କୋକସରା;୨୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଂଚାୟତ ରେ ସରକାର ଙ୍କ ଯୋଜନା ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ବିଜେପି ଯୁବମୋର୍ଚା ଯୁବନେତା ବିଜୟଦେଵ ସାହୁ ଙ୍କ ନେତୃତ୍ୱରେ ମହିମା ପଞ୍ଚାୟତ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ରେ ସରକାରି ଯୋଜନା ବାଟମାରଣା, ହିତାଧିକାରୀଙ୍କୁ ଅଣଦେଖା, ମନରେଗା ଯୋଜନା ଶ୍ରମିକ ଙ୍କୁ ପ୍ରାପ୍ତ ଠିକ ସମୟରେ ନ ମିଳିବା, ପଞ୍ଚାୟତ ରେ ନିଯୁକ୍ତି ପାଇଥିବା ପିଓଇ ନିୟମିତ ଭାବେ ନ ଆସିବା, ଆଵାସ ଘର ଯୋଜନା ରେ ଦୁର୍ନୀତି ଘଣ୍ଟିଗୁଡା ରାଜସ୍ୱ ଗ୍ରାମ କୁ ମାତ୍ର ୪ ଗୋଟି ଆଵାସ ଘର ମିଳିଥିବା ବେଳେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିବା,ପିଡ଼ିଏସ ସାମଗ୍ରୀ ଠିକ ସମୟରେ ଯୋଗାଣ ନହେବା, ମୋ ଓଡିଶା ନବୀନ ଓଡିଶା ଯୋଜନା ରେ ମିଳିଥିବା ୫୦ ଲକ୍ଷ ଅନୁଦାନ କୁ ବ୍ୟକ୍ତିଗତ କାର୍ଯ୍ୟ ରେ ବିନିଯୋଗ ଅଭିଯୋଗ ଭଳି ଦାବି ପ୍ରମୁଖ ରହିଛି। ପରେ ମହିମା ସରପଞ୍ଚ ଇଶରାମ କୋଳଥିଆ ଙ୍କ ଜରିଆରେ କୋକସରା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ପଞ୍ଚାୟତ ଘେରାଉ ସମୟରେ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର,କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼।ଧ୍ଵଜ ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ନକୁଳ ନାଏକ, ଶଶି ଭୂଷଣ ମାଝୀ, ରାମସିଂ ମାଝୀ,ସନାତନ ସୁନାନୀ, ସୁମେଶ ନାଏକ, ଦୁର୍ଲ୍ଲଭ ଦାସ, ମକରନ୍ଦ ବାଗ, କେଶରୀ ମାଝୀ, ମାଧବ ଭରତିଆ ପ୍ରମୁଖ ବିଜେପି ର କର୍ମକର୍ତ୍ତା ଉପସ୍ଥିତ ଥିଲେ।