Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାର ଦୁର୍ନୀତି ପ୍ରତିବାଦ ରେ ରେଙ୍ଗାଳପାଲି ପଞ୍ଚାୟତ ରେ ବିଜେପି କର୍ମି ଙ୍କ ଗଣ ଆନ୍ଦୋଳନ ଓ ଧାରଣା।

ରକୋକସରା:୨୯/୦୮ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା କୁ ହାଇଜାକ କରି ଡିଣ୍ଡିମ ମାରୁଥିବା ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ପ୍ରଶ୍ରୟ ଦେଇ ସାଧାରଣ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚି ପାରୁନଥିବା ଅଭିଯୋଗ କରି ମଙ୍ଗଳବାର କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ସମ୍ମୁଖରେ ବିଜେପି ର କର୍ମକର୍ତ୍ତା ମାନେ ଗଣ ଧାରଣା ଦେଇଛନ୍ତି ଓ ରାଜ୍ୟ ସରକାରଙ୍କ ଅପାରଗତା ଶାସନ ବ୍ୟବସ୍ଥା କୁ ନେଇ ପ୍ରତିବାଦ କରିଛନ୍ତି। ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଆଵାସ ବଣ୍ଟନ ରେ ଦୁର୍ନୀତି, ପିଡ଼ିଏସ ସାମଗ୍ରୀ ବଣ୍ଟନ ରେ ଅନିୟମିତତା, ମନରେଗା ଯୋଜନା ରେ ଶ୍ରମିକ ଙ୍କୁ ଅଣଦେଖା କରି ମେସିନ ରେ କାମ ହେବା, କାମ ନ ପାଇ ଶ୍ରମିକ ଦାଦନ ମୁହାଁ ହେବା,ବିନା ପିସି ରେ କୌଣସି ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ହେଉନଥିବା ନେଇ ଅଭିଯୋଗ କରିଛନ୍ତି। କଳାହାଣ୍ଡି ବିଜେପି ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ ଙ୍କ ନେତୃତ୍ୱରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ,ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମୁକୁନ୍ଦ ପଟ୍ଟନାୟକ,ବିପିନ ମହାରଣା ସମେତ ବିଜେପି ର ଅନ୍ୟ କର୍ମି ମାନେ ଉପସ୍ଥିତ ରହି ଧାରଣା ରେ ସାମିଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ