Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୁଅ ରାସ୍ତା ରେ ତଳି ରୋଇ ପ୍ରତିବାଦ, ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ରେ ସଫା ହେଲା ରାସ୍ତା।

କୋକସରା:୨୯/୦୮ ତିନିଗୋଟି ପଡା କୁ ସଂଯୋଗ କରୁଥିବା ରାସ୍ତା ରେ କାଦୁଅ ହେଉଥିବା ପ୍ରତିବାଦ କରି କୋକସରା ଗ୍ରାମ ପଂଚାୟତ ଚିଲିଗୁଡା ଗ୍ରାମର ଶବର ପଡା, ପୁଝାରି ପଡା ଓ ସିଂ ପଡ଼ାବାସୀ ସ୍ଥାନୀୟ କୋକସରା ପଞ୍ଚାୟତ ସରପଞ୍ଚ ଓ କର୍ମଚାରୀ ଙ୍କୁ ଅଭିଯୋଗ ପରେ ମଧ୍ୟ ମରାମତି ନେଇ କୌଣସି ପଦକ୍ଷେପ ନ ନେବାରୁ ପ୍ରତିବାଦ କରି ଗତ ୨ ଦିନତଳେ ଚିଲିଗୁଡା ୩ ପଡା କୁ ସଂଯୋଗ କରୁଥିବା ରାସ୍ତା ରେ ଧାନ ତଳି ରୋଇ ପ୍ରତିବାଦ କରିଥିଲେ ପଡାବାସୀ। ବିଭାଗ ସାମାଜିକ ଗଣମାଧ୍ୟମ ରେ ଏନେଇ ଖବର ପ୍ରଚାର ପ୍ରସାର ହେବାପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଘଟଣାସ୍ଥଳରେ ଗତକାଲି ପହଞ୍ଚି ସ୍ଥାନୀୟ ପଡ଼ାବାସୀ ଙ୍କ ସହ ଆଲୋଚନା କରି ଜେସିବି ଟ୍ରାକ୍ଟର ଲଗାଇ ରାସ୍ତାରେ ଥିବା କାଦୁଅ କୁ ସଫା କରେଇଥିଲେ,ଫଳରେ ଏହି ରାସ୍ତା ଦେଇ ଏବେ ଯାତାୟାତ ସ୍ଵାଭାବିକ ହୋଇଛି। ବ୍ଲକ ଉପାଧ୍ୟକ୍ଷ ଙ୍କ ଜନସେବା କୁ ସ୍ଥାନୀୟ ଜନସାଧାରଣ ପ୍ରସଂଶା କରିଛନ୍ତି। ଏପରି ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବା ପାଇଁ ଅନବରତ ଚେଷ୍ଟା ଜାରି ରହିବ ବୋଳି।ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ।ପ୍ରକାଶ କରିଛନ୍ତି।