Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନ୍ତପୁର ଠାରେ ମହିମା ଭକ୍ତ ମାନଙ୍କ ସାମୁହିକ ନବାର୍ଣ୍ଣ ଭକ୍ଷଣ।

କୋକସରା:୩୦/୦୮ ଧର୍ମଗଡ଼ ବ୍ଲକ ଜୟନ୍ତପୁର ମହିମା ମଠରେ ଏ ଅଂଚଳ ର କୌପୁନିଧାରୀ ମହିମା ସମାଜର ସାଧୁ ଭକ୍ତ ମାନେ ନବାର୍ଣ୍ଣ ଭକ୍ଷଣ ପର୍ବ ପାଳନ କରିଛନ୍ତି।ମଠରେ ପ୍ରତିବର୍ଷ ଭଳି ଚଳିତ ଶ୍ରାବଣ ଶୁକ୍ଳ ଚତୁର୍ଦଶୀ ରାତିରେ ଆବଲ୍ୟ ବ୍ରହ୍ମଚାରୀ ସାଧୁ ଶ୍ରୀମତ ହରଦାସ ବାବା ବ୍ରହ୍ମ ଧୂନି ଜାଳିବା ସହିତ ଭକ୍ତ ମାନେ ରାତିସାରା ଆଠ ଭଜନ ଗାନ, ପ୍ରବଚନ ଓ ମହିମା ଧର୍ମ ସମ୍ୱନ୍ଧରେ ଆଲୋଚନା କରିଥିଲେ. ପରେ ଆଜି ସକାଳ ବ୍ରହ୍ମ ମୁହୂର୍ତ ରେ ପଣା ଢାଳି ସେ ଉକ୍ତ ଯଜ୍ଞ ର ପୂର୍ଣ୍ଣାହୁତି କରିଥିଲେ. ପରବର୍ତୀ ସମୟରେ ମହିମା ସ୍ୱାମୀଙ୍କୁ ନୂଆଁ ଅର୍ଣ୍ଣ ସମର୍ପଣ କରି ଶହ ଶହ ଭକ୍ତ ମିଳିତ ଭାବେ ଉକ୍ତ ନବାର୍ଣ୍ଣ ଭକ୍ଷଣ କରିଥିଲେ. ପ୍ରସାଦ ସେବନ ପରେ ଭକ୍ତ ମାନେ ମିଳିତ ଭାବେ ମହିମା ସ୍ୱାମୀଙ୍କୁ ମୁଣ୍ଡିଆ ମାରିବା ସହିତ ସାଧୁ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ. ପରେ ଭକ୍ତ ଭାଇମାନେ ମଧ୍ୟ ନିଜ ନିଜ ଭିତରେ ଶରଣ ମାନ୍ୟ କରି ଭେଟଘାଟ ହୋଇଥିଲେ। ପ୍ରାୟ ଶହେବର୍ଷ ହେବ ଏହି ପର୍ବ ଉକ୍ତ ଆଶ୍ରମ ରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି।ଏହି ଆଶ୍ରମ କୁ ଏ ଅଂଚଳ ର ଶତାଧିକ ମହିମା ଭକ୍ତ ମାନେ ଆସି ଉକ୍ତ ପର୍ବ ପାଳନ କରିଥାନ୍ତି।ବଡ଼ଭାଇ ଦିଗାମ୍ବର ଭକ୍ତ, ଅଧିକାରୀ ଧର୍ମାନନ୍ଦ ଭକ୍ତ, ଟହଲିଆ ତ୍ରିନାଥ ଭକ୍ତ, ନବକୃଷ୍ଣ ଭକ୍ତ, ହରି ଭକ୍ତ, ପବିତ୍ର ଭକ୍ତ, ବୈରାଗୀ ଭକ୍ତ, ଜଗନ୍ନାଥ ଭକ୍ତ,ମୁରଲୀ ଭକ୍ତ, ରୁପେନ୍ଦ୍ର ଭକ୍ତ, ଜହରଲାଲ ଭକ୍ତ, ବୈକୁଣ୍ଠ ଭକ୍ତ, ତୀର୍ଥ ଭକ୍ତ, ଧନୁ ଭକ୍ତ ଆଦି ଭକ୍ତ ବୃନ୍ଦ ଉକ୍ତ ପର୍ବ ପାଳନ ରେ ନିଜ ନିଜ ଦାଇତ୍ୱ ନିର୍ବାହ କରିଥିଲେ।