Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ଙ୍କ କାର୍ଯ୍ୟବନ୍ଦ ଫଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ, ହିତାଧିକାରୀ ହଇରାଣ

ନିଖିଳ ଉତ୍କଳ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ରାଜ୍ୟ ସଙ୍ଘ ର ଡାକରା ରେ ୨ଦଫା ଦାବି ନେଇ ଗତ ୧୮ ତାରିଖ ରୁ କାର୍ଯ୍ୟବନ୍ଦ କରି ଆନ୍ଦୋଳନ ରେ ରହିଥିବା ବେଳେ ବୁଧବାର ୧୩ଦିନ ରେ ଆନ୍ଦୋଳନ ଜାରି ରହିଛି। ଫଳରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କୋକସରା ବ୍ଲକ ର୨୨ ପଞ୍ଚାୟତ ରେ ନିଯୁକ୍ତ ଥିବା ୧୧ ପିଇଓ ମଧ୍ୟ ଆନ୍ଦୋଳନ ରେ ରହିଥିବା ବେଳେ ପଞ୍ଚାୟତ ରେ କେନ୍ଦ୍ର ଅର୍ଥ କମିଶନ(ସି ଏଫ ସି),ରାଜ୍ୟ ଅର୍ଥ କମିଶନ(ଏସ ଏଫ ସି),ମନରେଗା, ପ୍ରଧାନମନ୍ତ୍ରୀ ଆଵାସ ଯୋଜନା ରେ ହିତାଧିକାରୀ ମାନେ କାର୍ଯ୍ୟ ର ପ୍ରାପ୍ୟ ପାଇବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସଙ୍ଘ ର ଦାବି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କୁ ବୃଦ୍ଧି କରିବା, ଗ୍ରେଡ ପେ ୫ ରୁ ଗ୍ରେଡ ପେ ୯କୁ ବୃଦ୍ଧି କରିବା, ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ ଚାକିରୀ ପୂରଣ କରିଥିବା ପିଇଓ ଙ୍କୁ ଜିପିଇଓ ଭାବେ ଶତ ପ୍ରତିଶତ ପଦୋନ୍ନତି, ଓପି ଆରଏସ କ୍ୟାଡର ରୋଲ ରୁଲ ରେ ପିଇଓ ଙ୍କୁ ଅନ୍ତର୍ଭୁକ୍ତ କରିବା ଦାବି ପ୍ରମୁଖ ରହିଛି। ତେବେ ଆନ୍ଦୋଳନ କୁ ୧୩ ଦିନ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ।କୌଣସି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିନଥିବା ନେଇ କୋକସରା ବ୍ଲକ ପିଇଓ ସଙ୍ଘ ର ସଭାପତି ବିରଞ୍ଚି ଖରସେଲ ପ୍ରକାଶ କରିଛନ୍ତି।ତେବେ ଦାବି ଉପରେ ସରକାର କୌଣସି ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବନାହିଁ ବୋଳି ଜଣାପଡିଛି।