Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ଫୁଟ ଲମ୍ବର ଅଜଗର ଉଦ୍ଧାର, ସାହାଜଖୋଲରେ ଛାଡିଲା ବନବିଭାଗ

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅନ୍ତର୍ଗତ ମହିମା ପଞ୍ଚାୟତ ଡେଙ୍ଗାଗୁଡା ପଡ଼ିଆ ନିକଟରୁ ଗତକାଲି ସନ୍ଧ୍ୟାରେ ବନବିଭାଗ ଏକ ୭ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି। ସାପଟି ଗାଁ ମୁହାଁ ହେଉଥିବା ବେଳେ ଜଣେ ଯୁବକ ଦେଖି ଭୟଭୀତ ହୋଇ ପଡି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ସାନ ପୋଡାଗୁଡା ବନରକ୍ଷୀ ସୁଧାଂଶୁ ସାହୁ, ପାରା ଫରେଷ୍ଟ କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ଅନ୍ୟ କର୍ମଚାରୀ ପହଞ୍ଚି ସାପଟିକୁ ଗ୍ରାମର କିଛି ଯୁବକଙ୍କ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଅଜଗର ସାପକୁ ନେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।