Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁବନେଶ୍ଵରରୁ ଉତକେଲାକୁ ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୁବନେଶ୍ଵର: ଭୁବନେଶ୍ଵରରୁ କଳାହାଣ୍ଡିର ଉତକେଲାକୁ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉତକେଲା ବିମାନ ବନ୍ଦରକକୁ ପ୍ରଥମ ବିମାନର ଶୁଭାରମ୍ଭ ହୋଇଛି। ମଧ୍ୟ ପ୍ରଦେଶର ଗ୍ଵାଲିୟରରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଅା ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥିବା ବେଳେ ଭୁବନେଶ୍ୱରରେ ଫ୍ଲାଗଅପ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ଏହାର ଟିକେଟର ମୂଲ୍ୟ ୧୦୪୦ ଟଙ୍କା ରଖାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପୁଷ୍ପେନ୍ଦ୍ର ସିଂଦେଓ ପ୍ରଥମ ଯାତ୍ରୀ ଭାବେ ଭୁବନେଶ୍ୱରରୁ ଉତକେଲା ଯାଇଛନ୍ତି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଯୋଗ ଦେଇଥିଲେ।

ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଏହି ବିମାନସେବା ଉତକେଲାକୁ ଉଡ଼ାଣ ଭରିବ। ପରେ ସପ୍ତାହକୁ ସବୁଦିନ ବିମାନ ଚଳାଚଳ କରିବ। ଉଭୟ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ଵରରୁ ଏହି ବିମାନ ଯାତ୍ରା ଆରମ୍ଭ କରିବ ଏବଂ ଉତକେଲାରେ ୮ଟା ୨୫ରେ ପହଞ୍ଚିବ। ସେହିପରି ଉତକେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ଵରରେ ପହଞ୍ଚିବ।  ଏହି ବିମାନ ଚଳାଚଳ ଦ୍ଵାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ଵରରୁ କଳାହାଣ୍ଡି ପହଞ୍ଚି ହେବ।

More Stories