ଟେମରା ପଞ୍ଚାୟତ କୁ ମରୁଡି ଘୋଷଣା ଦାବି,ଅତିରିକ୍ତ ତହସିଲଦାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ।

କୋକସରା:୩୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ବର୍ଷା ର ଅନିୟମିତତା କାରଣରୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ଆସନ୍ନ ମରୁଡି ଚାଷି ଙ୍କ ଜୀବନ ଜୀବିକା କୁ ପ୍ରଭାବିତ କରିଥିବା ବେଳେ ବ୍ଲକ ର ଟେମରା ପଞ୍ଚାୟତ କୁ ମରୁଡି ଘୋଷଣା ଓ କ୍ଷୟକ୍ଷତି ଆକଳନ କରି ଇନପୁଟ ସବସିଡ଼ି ଯୋଗାଇ ଦେବାକୁ ଦାବି କରି ଗୁରୁବାର କୋକସରା ଅତିରିକ୍ତ ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ବ୍ଲକ ର ବଡ଼ ପୋଡ଼ାଗୁଡା, ସାନ ପୋଡ଼ାଗୁଡା ,ଲଡୁଗାଁ ପଞ୍ଚାୟତ ର ଚାଷି ମରୁଡି ଘୋଷଣା ଦାବି ରେ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ମତେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଟେମରା ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖିବାକୁ ମିଳିଛି। ଟେମରା ପଞ୍ଚାୟତ କୁ ବେହେରା କ୍ଷୁଦ୍ର ଜଳସେଚନ କେନାଲ ରୁ ଜଳସେଚିତ ହେଉଥିବା ବେଳେ ଏହି ପ୍ରକଳ୍ପ ରୁ ମଧ୍ୟ ବର୍ଷା ଅଭାବ ରୁ ଜଳସ୍ତର କମ ରହିଥିବା କାରଣରୁ ଜଳସେଚନ ହେଉନାହିଁ ବୋଳି ଚାଷି ମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ର ଟେମରା, କରଲାଗୁଡା ନୂଆପଡା,ହଂସପଡା, ବୋବରିଆ ସିର୍ଲିଗୁଡା, ଖୁରସେଲଗୁଡା ଅଞ୍ଚଳ ର ଶତାଧିକ ହେକ୍ଟର ଚାଷଜମି ବର୍ଷା ଅଭାବ ରୁ ରୁଆ ଓ ବୁଣା ଧାନ ସବୁ ନଷ୍ଟ ହେବାକୁ ବସିଲାଣି। କିଛି ଚାଷି ଏପର୍ଯ୍ୟନ୍ତ ରୁଆ ବେଉଷା କରି ପାରି ନାହାଁନ୍ତି। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷି ଚାଷ କରିଥିଲେ ହେଲେ ବର୍ଷା ନ ହେବାରୁ ଚାଷି ଙ୍କୁ ଋଣ ସୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତା ଦ୍ବିଗୁଣିତ କରିଛି।ସମ୍ଭାବ୍ୟ ମରୁଡି କୁ ଦୃଷ୍ଟି ରେ ରଖି ଟେମରା ସରପଞ୍ଚ ତଥା କୃଷକ ମଞ୍ଚ ର ସଭାପତି କ୍ଷିତିରାମ ପାତ୍ର ଙ୍କ ନେତୃତ୍ୱରେ ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, ବୃନ୍ଦାବନ ସତନାମୀ, ସୁଭାଷ ଳଦୁଆ,ରମେଶ ମାଝୀ, କୈଳାସ ଚଳାନ, ଯଦୁମଣି ବାଗ, ଲଳିତ ସତନାମୀ, ସୁଧୀର ପାତ୍ର, କ୍ଷୀରସିନ୍ଧୁ ହଂସ, ଗଜେନ୍ଦ୍ର ନାଏକ, ଯୋଗା ନାଏକ ପ୍ରମୁଖ ପଞ୍ଚାୟତ ର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାର ଚାଷି ଙ୍କୁ ସହାୟତା ଯୋଗାଇଦେବାକୁ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଆସନ୍ତା ୪ ତାରିଖରେ ବ୍ଲକ ର ସଚେତନ କୃଷକ ମଞ୍ଚ ପକ୍ଷରୁ ବ୍ଲକ କୁ ମରୁଡି ଘୋଷଣା ଦାବି ରେ ଆବାହକ ସଚେତନ କୃଷକ ମଞ୍ଚ ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ବ୍ଲକ ର ସମସ୍ତ ପଞ୍ଚାୟତ ର ଚାଷୀମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି।