Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୩୧/୦୮ କଳାହାଣ୍ଡି ଜିଲ୍ଲା।କୋକସରା ବ୍ଲକ କୋକସରା ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ଯୋଜନା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପରିବାର ବର୍ଗ ଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,କୋକସରା ବିଡ଼ିଓ ଉତ୍ତମ କୁମାର ବାଗ,ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ମସ୍ତକ ଓ ଅନ୍ୟ ଶ୍ରମ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ।।ଏହି ଅବସର ରେ ମୁଖ୍ୟ ଅତିଥି ନିର୍ମାଣ ଶ୍ରମିକ ଙ୍କ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ଯୋଜନା ରାଜ୍ୟ ରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଳି ମତ ପ୍ରକାଶ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ସମସ୍ତ ନିର୍ମାଣ ଶ୍ରମିକ ଙ୍କୁ ଅନ ଲାଇନ ରେ ଶ୍ରମ ବିଭାଗ ର କାର୍ଯ୍ୟାଳୟ ରେ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମଣ୍ଡଳ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ପାଇବେ ସେନେଇ ପରାମର୍ଶ ଦେଇଥିଲେ।ଏହି ସହାୟତା ପ୍ରଦାନ ଶିବିର କାର୍ଯ୍ୟକ୍ରମ ରେ ମୋଟ ୧୧୦ ଜଣ ନିର୍ମାଣ ଶ୍ରମିକ ଙ୍କ ପରିବାର ବର୍ଗଙ୍କୁ ୩୬,୨୪,୭୦୦ ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି। ୧୨ ଜଣ ଶ୍ରମିକ ଙ୍କ ମୃତ୍ୟ ଜନିତ ସହାୟତା ପାଇଁ ୨୨ ଲକ୍ଷ ଟଙ୍କା,ଶ୍ରମିକ ପରିବାର ବିବାହ ପାଇଁ ୩୦ ଜଣ ଙ୍କୁ ୧୧,୫୦,୦୦୦ ହଜାର, ୫୯ ଜଣ ଙ୍କୁ ଶିକ୍ଷା ଗ୍ରହଣ ସହାୟତା ପାଇଁ ୨,୨୯,୮୦୦, ଅନ୍ତେଷ୍ଟିକ୍ରିୟା ପାଇଁ ୯ ଜଣ ଙ୍କୁ ୪୫ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ଶିବିର ରେ ଟ୍ରେଡ଼ ୟୁନିୟନ ସଦସ୍ୟ ଙ୍କ ସହ ନିର୍ମାଣ ଶ୍ରମିକ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।