Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରୁଡି ଘୋଷଣା ଦାବି ରେ ୨୨ ପଂଚାୟତ ଚାଷି ଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ

କୋକସରା:୦୪/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଅନାବୃଷ୍ଟି କାରଣରୁ। ସମ୍ଭାବ୍ୟ ମରୁଡି ର ପଦଧ୍ଵନି କୁ ନେଇ ଚିନ୍ତା ରେ ଚାଷି।ପଡିଛନ୍ତି।।ଶ୍ରାବଣ ମାସ ଯାଇ ଭାଦ୍ରଵ ମାସ ଆସିଲା ହେଲେ ବ୍ଲକ ର ଅନେକ ପଂଚାୟତ ର ଚାଷି ରୁଆ, ବେଉଷଣ ମଧ୍ୟ କରି ପାରି ନାହାଁନ୍ତି। ଯେଉଁ ଚାଷଜମି ରେ ବୁଣା ରୁଆ, ବେଉଷଣ ହୋଇଥିଲା ପାଣି ଅଭାବ ରୁ ଚାଷ ଜମି ଫାଟି ଆ କରିଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ ଓ ମହାଜନି ଋଣ ଆଣି ଚାଷ କାର୍ଯ୍ୟ କରିଥିଲେ, ହେଲେ ଅନାବୃଷ୍ଟି ଚାଷି ଙ୍କ ସମସ୍ତ ଆଶା କୁ ନିରାଶା ରେ ବଦଳେଇ ଦେଇଛି।କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଉଣା ଅଧିକା ମରୁଡି ସ୍ଥିତି ଦେଖା ଦେଇଥିବା ବେଳେ କୋକସରା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ, କୃଷି ବୀମା ପ୍ରଦାନ ଓ ଛାତ୍ରଛାତ୍ରୀ ଙ୍କ ଦାବି ରେ ଆଜି କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଆବାହକ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ବ୍ଲକ ର ୨୨ ପଞ୍ଚାୟତ ର ଶତାଧିକ ମହିଳା ପୁରୁଷ କ୍ଷତିଗ୍ରସ୍ତ ଚାଷି ମାନେ ସୋମବାର କୋକସରା ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ପ୍ରତିବାଦ ସଭା କରି ନିଜର ଦାବି ସମ୍ପର୍କରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ।ପରେ ସମସ୍ତ ଚାଷି ନେତୃବୃନ୍ଦ ଙ୍କ ଉପସ୍ଥିତି ରେ ୨୩ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ କୃଷକ ମଞ୍ଚ ର ଆବାହକ ଶିବ ପ୍ରସାଦ ପ୍ରଧାନୀ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସଚେତନ କୃଷକ ମଞ୍ଚ ର ସଭାପତି ମିନିକେତନ ପ୍ରଧାନୀ, ବୁଟୁନାଥ ସରାବୁ,ସାଂସଦ ପ୍ରତିନିଧି ସୁଧୀର ପାତ୍ର ଗରୁଡ଼ ଧ୍ଵଜ ମାଝୀ, ମଙ୍ଗଲୁ ଚରଣ ଭାଟି, ଜୟଲାଲ ନାଏକ, ପଞ୍ଚକ ପୋଢ଼, ଟେମରା ସରପଞ୍ଚ।କ୍ଷିତିରାମ ପାତ୍ର, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ସମିତି ସଭ୍ୟ ମହିମା ଘନଶ୍ୟାମ ନାଏକ, ଚିନ୍ତାମଣି ପଟେଲ, ଆଦିବାସୀ ଯୁବନେତା ଋତୁରାଜ ମାଝୀ, ବିଜୟ ସାହୁ, ନାରାୟଣ ପଟ୍ଟନାୟକ, ତ୍ରିନାଥ ଶବର ସମେତ ୨୨ ପଞ୍ଚାୟତ ର ଜଣ ପ୍ରତିନିଧି ଓ ଚାଷିମାନେ ଉପସ୍ଥିତ ରହି ମରୁଡି ଘୋଷଣା ଦାବି ଓ ଅନ୍ୟାନ୍ୟ ଦାବି ରେ କୋକସରା ଅତିରିକ୍ତ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।