Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଙ୍ଗ ନମିତା ତାଡ଼ିଙ୍ଗି ଙ୍କୁ ସହାୟତାର ହାତ ବଢ଼ାଇଲା ଗ୍ରୀନ ଇଣ୍ଡିଆ ଗ୍ରୁପ

ନାରାୟଣ ପାଟଣା ୦୪।୦୯ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡମାଥୁର ଗ୍ରାମର ୧୯ ବର୍ଷ ବୟସ୍କା ଜଣେ ଦିବ୍ୟାଙ୍ଗ ଯୁବତୀ ଆଜି ପର୍ଯ୍ୟନ୍ତ ପ୍ରଶାସନର ଅବହେଳାର ଶିକାର ହୋଇ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଥିବା କଥା ବିଭିନ୍ନ ଖବର କାଗଜରେ କିଛି ଦିନ ତଳେ ପ୍ରକାଶିତ ହୋଇଥିଲା।ଏନେଇ ପ୍ରଶାସନ କିନ୍ତୁ ଚୁପ୍ ବସି ପଡ଼ିଥିବା ବେଳେ ଲକ୍ଷ୍ମୀପୁର ଗ୍ରୀନ ଇଣ୍ଡିଆ ଗୃପ୍ ସହାୟତା କରିବାକୁ ଆଗେଇ ଆସିଛି।ତାଙ୍କ ଘରେ ଲକ୍ଷ୍ମୀପୁର ଗ୍ରୀନ ଇଣ୍ଡିଆ ପହଞ୍ଚିଛି।ଗୃପର ସଭାପତି ଗୋପେଶ୍ବର ଗରଡା
ତାଙ୍କୁ ପିନ୍ଧିବା ପୋଷାକ ଓ ତାଙ୍କ ମାଆଙ୍କୁ ଶାଢ଼ି ସହ ୩୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।ସରକାରଙ୍କ ଠାରୁ ଭତ୍ତା ଟଙ୍କା ନ ପାଇବା ପର୍ଯ୍ୟନ୍ତ ମାସିକ ସହାୟତା ଯୋଗାଇ ଦେବାକୁ ଗୃପର ସଭାପତି ଶ୍ରୀଯୁକ୍ତ ଗରଡା ପ୍ରତିଶୃତି ଦେଇଥିବା ଶୁଣିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ
ଗ୍ରୀନ ଇଣ୍ଡିଆ ଗ୍ରୁପର ସଭାପତି ଗୋପେଶ୍ୱର ଗରଡ଼ାଙ୍କ ସମେତ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ଝିନ୍ନ ହିକକା,ହରେକୃଷ୍ଣ ବିଶୋଇ,ହେମନ୍ତ ମହାନ୍ଦୀଆ,କୈଳାଶ ମଣ୍ଡଳ,କୃଷ୍ଣଚନ୍ଦ୍ର ତୁରୁକ,ସୁବାଷ ମାଝି ଓ ବେଣୁଧର ସୁଚେନ ପ୍ରଭୁତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ