ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି।

କୋକସରା:୦୬/୦୯ ଜଳସେଚନ ପାଇ କୁସୁମଖୁଣ୍ଟି ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ କୋକସରା ବ୍ଲକ କନ୍ଦାବୁଟ୍ରା ପଂଚାୟତ ଘୁର୍ଳିଗୁଡ଼ା ଅଂଚଳ ଏ ଚାଷି.। କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଦେଇ ଇନ୍ଦ୍ରାବତୀ ମୁଖ୍ୟ ବାମ କେନାଲ ରୁ ଜଳସେଚନ ହେଉଥିବା ବେଳେ ଘୁର୍ଳିଗୁଡ଼ା ଗ୍ରାମ ର ତଳ ମୁଣ୍ଡର ଅନେକ ଚାଷ ଜମି ଜଳସେଚନ ରୁ ବଞ୍ଚିତ ରହିଛନ୍ତି। ଚଳିତ ବର୍ଷ ଅନାବୃଷ୍ଟି କାରଣ ରୁ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖାଦେଇଛି। ପାଣି ଅଭାବ ରୁ ଚାଷ ନଷ୍ଟ ହେବାକୁ ବସିଲାଣି।ଏଣୁ ବାମ କେନାଲ ରୁ ଜଳସେଚନ ପାଇଁ ଆଜି ଚାଷୀମାନେ କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷି ଙ୍କ ଅଭିଯୋଗ ପରେ ସ୍ଥିତି ଅନୁଧ୍ୟାନ କରି ଯଦି ଜଳଯୋଗାଣ ସମ୍ଭବ ହେବ ତାହେଲେ ଜଳସେଚନ ପାଇଁ ବ୍ୟବସ୍ଥା କରାଯିବା ନେଇ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର କହିଥିବା ଜଣାପଡିଛି।