Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଭେଟି ଚିଠି ଦେଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୦୬/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି କୁ ନେଇ ବ୍ଲକ ର ୨୨ ପଞ୍ଚାୟତ କୁ ମରୁଡି ଘୋଷଣା କୃଷି ଋଣ ଛାଡ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ।ରେଡି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ।
ଚଳିତ ବର୍ଷ ଅନାବୃଷ୍ଟି କାରଣରୁ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ବ୍ଲକ ର ସଚେତନ କୃଷକ ମଞ୍ଚ ଓ ବିଭିନ୍ନ ପଞ୍ଚାୟତ ର ଚାଷୀମାନେ ମରୁଡି ଘୋଷଣା କରିବାକୁ କୋକସରା ତହସିଲଦାର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣା କୁ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଚିଠି ଲେଖି କୋକସରା ବ୍ଲକ ର ଚାଷି ସମୁହ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବ୍ଲକ ର ୨୨ ପଞ୍ଚାୟତ ରେ ହୋଇଥିବା ଚାଷ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା ସହ କ୍ଷତିପୂରଣ, କୃଷି ଋଣ ଛାଡ ସହ ,ବୀମା କରିଥିବା ଚାଷି ଙ୍କୁ ସହାୟତା ଯୋଗାଇ ଚିଠି ଲେଖିଥିବା ବେଳେ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।