Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଷ୍ଟିକୁଡ଼ିଠାରେ ଜୋନସ୍ତରୀୟ କୃତୀ ଶିକ୍ଷକ ପୁରସ୍କାର ସମାରୋହ

କଳାହାଣ୍ଡି,୦୬/୦୯-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ସରକାରୀ ଉଚ୍ଚବିଦ୍ୟାଳୟଠାରେ ଜୋନସ୍ତରୀୟ କୃତୀ ଶିକ୍ଷକ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି ! ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ସ୍କୁଲ ସମୁହକୁ ନେଇ ଗଠିତ ଶିକ୍ଷା ଜୋନର କୃତୀ ଶିକ୍ଷକମାନଙ୍କୁ ସମର୍ପିତ ଏଇ କାର୍ଯ୍ୟକ୍ରମକୁ ନେଇ ଏଇ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ! ଶିକ୍ଷା ମଣ୍ଡଳାଧୀଶ କମଳାକାନ୍ତ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଯୋଗ ଦେଇଥିବାବେଳେ ପିଏ ଆଇଟିଡିଏ ଟୁନୁ ମେହେର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ନବରଙ୍ଗପୁର ଜିଲ୍ଲା ଶିକ୍ଷା ନିରୀକ୍ଷକ କୈଳାସଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ, ନୂଆପଡ଼ା ଜିଲ୍ଲା ସିଆଲଲଟି ସ୍କୁଲର ସହକାରୀ ଶିକ୍ଷକ ହରିସିଂ ମାଝୀ, କୁଟେନଚୁଆଁ ସ୍କୁଲର ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ଯୋଶୀ, ନବରଙ୍ଗପୁର ଜିଲ୍ଲା ବାସିନୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ଦଳବେଡ଼ା ସ୍କୁଲର ଶିକ୍ଷକ ହୃଷିକେଶ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ! ପାଷ୍ଟିକୁଡ଼ି ସ୍କୁଲର ଶିକ୍ଷୟିତ୍ରୀ ରଞ୍ଜିତା ସାହୁ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଧୁୁପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ ସଭା ପରିଚାଳନା କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ