Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା।

କୋକସରା:୦୮/୦୯ ରାଜ୍ୟ ସଙ୍ଘ ର ନିଷ୍ପତ୍ତି କ୍ରମେ ଜୟପାଟଣା ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ନେଇ ସ୍ଥାନୀୟ ବିଇଓ ଅଫିସ୍ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଠିକା ବ୍ୟବସ୍ଥା ଉଚ୍ଛେଦ, ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡ଼ର ଭୂକ୍ତ କରିବା ଏବଂ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ । ଏହି ତିନିଦଫା ଦାବିକୁ ନେଇ ବ୍ଲକର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ବିଇଓ ଅଫିସ୍ ସମ୍ମୁଖରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି କୁ ପ୍ରତିବାଦ କରିଛନ୍ତି।ପ୍ରାଥମିକ ଶିକ୍ଷକ ସଂଘ, ଜୟପାଟଣା ବ୍ଲକର ସଭାପତି ବିଜୟ କୁମାର ଯୋଷୀ ଏବଂ ସମ୍ପାଦକ ଲଳିତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଧାରଣା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକ କ୍ରୀଡ଼ା ଓ କଳା ଶିକ୍ଷକ ସଙ୍ଘର ସଭାପତି ଅମିୟ କୁମାର ପଟ୍ଟନାୟକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ ସୁରେଶ କୁମାର ପଣ୍ଡା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଠାକୁର, ଅଶୋକ କୁମାର ମୁଣ୍ଡ, ଗୋବର୍ଦ୍ଧନ ବିଶ୍ବାଳ, ରମାକାନ୍ତ ମାଝୀ, ମାନସ ରଞ୍ଜନ ପଣ୍ଡା , ଅନନ୍ତ ନାରାୟଣ ପଣ୍ଡା, ରଶ୍ମିତା ବେହେରା, ମନସ୍ବିନୀ ମିଶ୍ର, ସସ୍ମିତା ନାଏକ, ଦେବେନ୍ଦ୍ର ରାଉତ, କ୍ଷମାସାଗର ରାଉତ, ସିଦ୍ଧାର୍ଥ କୁମାର ମିଶ୍ରଙ୍କ ସମେତ ବ୍ଲକ୍ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।