Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଦାଶ ସମାଜ ଜିଲ୍ଲା କମିଟିର ସାମାଜିକ ସଚେତନତା

ସମ୍ବଲପୁର: ରବିବାର ଦିନ ସମ୍ବଲପୁର ଜିଲ୍ଲା ୪୧ ନମ୍ବର ୱାର୍ଡ ଛତାବର କୁ ଏକ ସାମାଜିକ ସଚେତନ ପାଇଁ ରବିଦାସ ସମାଜ ଜିଲ୍ଲା କମିଟି ପହଞ୍ଚି ଥିଲେ। ଉକ୍ତ ଗ୍ରାମରେ କିଛିଦିନ ତଳେ ହଇଜା ରୋଗ ରବିଦାସ ପଡାର ସମସ୍ତ ପରିବାରର ସଦସ୍ୟ ଙ୍କୁ ହୋଇଥିଲା। ଆଜି ଉକ୍ତ ପଡାକୁ ଅଳ ଓଡିଶା ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟିର ସଭାପତି କେସବ ରୋହିଦାସ, ଉପସଭାପତି ଗୋପୀନାଥ ରୋହିଦାସ, ସମ୍ପାଦକ ଯୁଧିଷ୍ଠିର ରୋହିଦାସ, ଉପଦେଷ୍ଟା ଅଶୋକ ମେହେର ଉପସ୍ଥିତ ରହି କିପରି ସ୍ୱଚ୍ଛ ପରିବେଶ ରେ ରହିବେ, ଖାଇବା ଆଗରୁ ଭଲ ଭାବରେ ହାତ ଧୋଇବା, ଖୋଲା ଜାଗାରେ ଝାଡ଼ା ନ ଫେଡ଼ିବା, ମାଦକ ଦ୍ରବ୍ଯ ପରି ଖରାପ ଅଭ୍ୟାସ ରୁ ଦୁରେଇ ରହିବା ଏବଂ ନିଜ ନିଜ ପିଲାମାନଙ୍କୁ କିପରି ଉଚ୍ଚ ଶିକ୍ଷିତ କରିହେବ ସେହି ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ ପଡା ବାସୀ ସମାଜ କର୍ମୀଙ୍କୁ ଉକ୍ତପଡାକୁ ରାସ୍ତା ନ ଥିବା, ପିଇବା ପାଇଁ ପରିଷ୍କାର ପାଣି ନଥିବା, ସେମାନେ ପୋଖରୀ ପାଣି ବ୍ୟବହାର କରୁଥିବା ଜଣେଇଛନ୍ତି। ଉକ୍ତ ପଡା ବାସୀଙ୍କ ଅଭିଯୋଗ କୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସମାଧାନ ପାଇଁ ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟିର ସମସ୍ୟ ପଡା ପ୍ରଶାସନର ଦୃଷ୍ଟି କୁ ଆଣିବା ପାଇଁ ପଡ଼ାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ