Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଶିକ୍ଷକ ଙ୍କ ଅକାଳ ବିୟୋଗ, ଶିକ୍ଷକ ଙ୍କ ମହଲରେ ଶୋକ, ଗାଁ ରେ ଶୋକ ର ଛାୟା।

କୋକସରା:୧୧/୦୯ କୋକସରା ବ୍ଲକ କୋକସରା ଗ୍ରାମର ଶିକ୍ଷକତା କରୁଥିବା ଜନ୍ମେଜୟ ପ୍ରଧାନୀ ଙ୍କ ରବିବାର ରାତିରେ ଜୁନାଗଡ ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୋମବାର ତାଙ୍କ ମୃତଦେହ ନିଜ ଘର କୁ ପହଞ୍ଚିବା ପରେ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିବା ପରେ ଗାଁ ମଶାଣୀ ରେ ତାଙ୍କ ସୁପୁତ୍ର ଅଙ୍କିତ କୁମାର ପ୍ରଧାନୀ ମୁଖାଗ୍ନି ଦେବାସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶବଧାର ରେ ବହୁ ସଂଖ୍ୟକ ଆତ୍ମୀୟ ସ୍ୱଜନ, ସହକର୍ମୀ ମାନେ ଉପସ୍ଥିତ ରହି ଶେଷ ବିଦାୟ ଦେଇଥିଲେ । ସେ ଦିର୍ଘ ବର୍ଷ ହେବ ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରହି ଜଣେ କର୍ତ୍ତବ୍ୟରତ, ନିଷ୍ଠାପର, ମେଳାପୀ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗ ରେ ଶିକ୍ଷକ ସଂଘ ଓ ସ୍କୁଲ ପକ୍ଷରୁ ନିରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ।