Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତି ଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ

କେନ୍ଦ୍ରାପଡା:ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ଓକା ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ ସମ୍ବଲପୁର ଜିଲ୍ଲାର ଓଡିଶା ସାଂସ୍କୃତିକ ସମାଜ ହଲ୍ ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଉପାଧି ଡ. କ୍ରିଷ୍ଣା ପଟେଲ,ବିଶିଷ୍ଟ ଅତିଥି-ପଦ୍ମଶ୍ରୀ ଉପାଧି ଜିତେନ୍ଦ୍ର ହରିପାଲ,ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶଶଧର ପଣ୍ଡା ,ସମ୍ମାନୀତ ଅତିଥିଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ରଶ୍ମି ପ୍ରମାଣିକ, ବିଚାର ବିଭାଗୀୟ ଅଧିକାରୀ ନିବାସଚନ୍ଦ୍ର ମିଶ୍ର ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଓକା ଆଇଡଲ ଉପରେ ଆଲୋକପାତ କରିଥିଲେ। ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ପରେ ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ କଳା ପ୍ରଦର୍ଶନ କରିଥିଲେ ।କୃତିତ୍ଵ ଅର୍ଜନ କରିଥିବା ୬୦ ଜଣ ପ୍ରତିଭାଙ୍କୁ ଓକା ଟପ୍ ଟେନ ଆୱାର୍ଡ଼ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଥିବା ୫୦ ଜଣକଳାକାରଙ୍କୁ ମା ସମଲେଇ ସମ୍ମାନ ଓ ବୀର ସୁରେନ୍ଦ୍ରସାଏ ସମ୍ମାନରେ ସମ୍ମାନିତ କରାଯାଇଥିଲା ପଦ୍ମଶ୍ରୀ ଉପାଧି ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଅନୁଷ୍ଠାନ ମା ସମଲେଇ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ଅନୁଷ୍ଠାନର କଳାକାର ମାନଙ୍କୁ ଦ୍ୱାରା ଉଚ୍ଚ କୋଟିର କଳା ପ୍ରଦର୍ଶନ କରା ଯାଇଥିଲା ନିର୍ଦ୍ଦେଶକ ବସନ୍ତ କୁମାର ଦାସ ପ୍ରତିଭା ମାନଙ୍କ ବିକାଶପାଇଁ ୩୦ ଜିଲ୍ଲାରେ କାର୍ଯ୍ୟକ୍ରମ ହେବବୋଲି ପ୍ରତିଶ୍ରୃତି ଦେଇଥିଲେ ସମ୍ବଲପୁର ଜିଲ୍ଲାର ସଂଯୋଜକ ସୁପ୍ରଭା ସାହାଣୀ , ବସୁଦେବ ପ୍ରଧାନ,ମୁରଲୀଧର ମହାମଲ୍ଲିକ,ଓ ଉର୍ମି ବିଜୟିନୀ ମଲ୍ଲିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। କବୟତ୍ରୀ ସମାଜସେବୀ ସବିତା ହୋତା ଏହାକୁ ପରିଚାଳନା କରିଥିବା ବେଳେଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ