Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ ଅନୁଷ୍ଠିତ।

କୋକସରା:୧୨/୦୯ କୋକସରା ବ୍ଲକ ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଡ଼ହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଇଓ ରଶ୍ମିତା ନେତମ,ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ବ୍ଲକ ପୂର୍ବତନ ବିଇଓ ବାଞ୍ଛାନିଧି ପୁରୋହିତ, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ବ୍ଲକ ଓଷ୍ଟା ସଙ୍ଘ ର ସଭାପତି ସୁଧୀର କୁମାର ପଣ୍ଡା,ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ଦାସ, ଖୁଣ୍ଟିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁଧାଂଶୁ ପଣ୍ଡା, ସ୍କୁଲ ପରିଚାଳନା କମିଟିର ସଭାପତି ତିଳ ମହାନନ୍ଦ ପ୍ରମୁଖ ଯୋଗଦେଇ କ୍ରୀଡା ଦିବସ ର ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ସ୍କୁଲ ରୁ ଭାଗ ନେଇଥିବା ୧୪ ରୁ ୧୭ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାକୁ ପ୍ରେରଣା ଦେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଖୋଖୋ କବାଡ଼ି ଫୁଟବଲ,ଚେସ, ୟୋଗା ରେ ଖେଳ ପ୍ରଦର୍ଶନ କରିଥିଲେ। ସମସ୍ତ କ୍ରୀଡା କୁ କୋକସରା ବ୍ଲକ ନୋଡାଲ ପିଇଟି ଅମିତ କୁମାର ମହାନ୍ତି,ଉତ୍ତମ ସାହୁ, ଦିପ୍ତୀ ଠାକୁର,ଶଙ୍କର ପୋଢ଼ ଖେଳ ଶିକ୍ଷକ ପରିଚାଳନା କରିଥିଲେ। ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ରେ ଶିକ୍ଷକ ସାମନ୍ତ କୁମାର ପାଟଯୋଶୀ ସହଯୋଗ କରିଥିଲେ।ସ୍କୁଲ ର ଶିକ୍ଷକ କର୍ମଚାରୀ ମହେନ୍ଦ୍ର ବଣିଆ, ମୋହିତ ରାଉତ,ଛବିନ୍ଦ୍ର ନାଏକ,ପ୍ରୟାଗ ଯୋଶୀ,ସାନନ୍ଦ ପ୍ରଧାନ, ସନ୍ଦୀପ ଚୌଧୁରୀ,ସମୀର ପାତ୍ର, ଲାବାନ୍ୟ ସିଂ ଉପସ୍ଥିତ ରହି ସହଯୋଗ କରିଥିଲେ।