Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଣ୍ଡାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ ଆଦର୍ଶ ବିଦ୍ୟାଳୟ କୁ ମିଳିଲା ବସ

ସମ୍ବଲପୁର(ପରମାଣପୁର)ଆଜି ପରମାଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୋଟିଏ ଖୁସିର ଦିନ । ବିଦ୍ୟାଳୟକୁ ଦୂର ଦୁରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀଙ୍କ ଯାତାୟାତ ପାଇଁ ମିଳିଛି ଏକ ବସ । ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ପ୍ରଚେଷ୍ଟା ରେ ହିଣ୍ଡାଲକୋ ତାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ ବିଦ୍ୟାଳୟ କୁ ଯୋଗେଇ ଦେଇଛି ଏକ ବସ।
ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ବିଧି ବଦ୍ଧ ଭାବେ ପୂଜାର୍ଚ୍ଚନା କରି ପତାକା ଦେଖାଇ ବସ ସେବାର ଶୁଭାରମ୍ଭ କରିଛନ୍ତି ରେଙ୍ଗାଲି ବିଧାୟକ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାନେଶ୍ୱର ବ୍ଲକ ଅଧ୍ୟକ୍ଷା ରୁକ୍ମିଣୀ ମହାନନ୍ଦ, ଉପାଧ୍ୟକ୍ଷ ନରେନ୍ଦ୍ର ମିଶ୍ର, ମାନେଶ୍ୱର ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ସୁରୁଜା ସେଠ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଲି ପାଣ୍ଡେ, ପରମାନପୁର ସରପଞ୍ଚ ମହେନ୍ଦ୍ର ନାଥ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରମାନପୁରର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଛତ୍ରିଆ,ସାଂସଦ ପ୍ରତିନିଧି ମଣ୍ଟୁ ଅଗ୍ରୱାଲ, ହିଣ୍ଡାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ର ପ୍ରବନ୍ଧକ ଆନନ୍ଦ ଚକ୍ରବର୍ତ୍ତୀ, ଉପ ପ୍ରବନ୍ଧକ ଜିତେଶ ରଥ, ସରୋଜ କୁମାର ଆଚାର୍ଯ୍ୟ ଓ ସନ୍ତୋଷ କୁମାର ତ୍ରିପାଠୀପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ