Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଦଫା ଦାବି ପୂରଣ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କୋକସରା ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା।

କୋକସରା:୧୩/୦୯ ରାଜ୍ୟ ସଙ୍ଘ ର ନିଷ୍ପତ୍ତି କ୍ରମେ କୋକସରା ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ନେଇ ସ୍ଥାନୀୟ ବିଇଓ ଅଫିସ୍ ସମ୍ମୁଖରେ ସକାଳ ୧୦ ଘଣ୍ଟା ରୁ ଗଣଧାରଣା ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଠିକା ବ୍ୟବସ୍ଥା ଉଚ୍ଛେଦ, ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡ଼ର ଭୂକ୍ତ କରିବା ଏବଂ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ । ଏହି ତିନିଦଫା ଦାବିକୁ ନେଇ ବ୍ଲକର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ବିଇଓ ଅଫିସ୍ ସମ୍ମୁଖରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି କୁ ପ୍ରତିବାଦ କରିଛନ୍ତି।ପ୍ରାଥମିକ ଶିକ୍ଷକ ସଂଘ କୋକସରା ବ୍ଲକର ସଭାପତି ଭୁରିଶ୍ରବା ଜାଲ ଜିଲ୍ଲା ସଭାପତି ସତ୍ୟବାନ ପାଣିଗ୍ରାହୀ, ବ୍ଲକ ଉପ ସଭାପତି ବିର କିଶୋର ନାଗ,ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ,ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ, ବ୍ଲକ ସଭାପତି ସୁମନ ଅର୍ପିତ ପଣ୍ଡା, କୋଷାଧ୍ୟକ୍ଷ ଦିଲୀପ କୁମାର ସାହୁ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଧାରଣା ଦେଇ ପ୍ରତିବାଦ ସହ ରାଜ୍ୟ ସରକାର ଦାବି ନ ମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସୂଚନା ଦେଇଛନ୍ତି, ଫଳରେ କୋକସରା ବ୍ଲକ ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ ବ୍ୟାହତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories