Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡି ପକ୍ଷରୁ ସୁଡଙ୍ଗାରେ ବୃକ୍ଷରୋପଣ

ସମ୍ବଲପୁର(ମାନେଶ୍ୱର):ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ମହାନଗର ନିଗମ ୱlର୍ଡ଼ ନମ୍ବର ୪୦ ମାନେଶ୍ଵର ସୁଡୁଙ୍ଗା ଠାରେ ବିଜୁ ଜନତା ଦଳ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାନେଶ୍ଵର ବ୍ଲକ ବିଜେଡି ସଭାପତି ଗୋପିରଞ୍ଜନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୁରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟ୍ୟରେ ମାନେଶ୍ଵର ବ୍ଲକ ମହିଳା ସଭାନେତ୍ରୀ ବୀଣାପାଣି ବେହେରା, ମାନେଶ୍ଵର ପୂର୍ବତ୍ତନ ସରପଞ୍ଚ ଆର୍ତ୍ତତ୍ରାଣ ବାଗ, କଲ୍ୟାଶ ମିର୍ଦ୍ଧା, ମଧୁ ମିଶ୍ର, ବିନୟ ବଡ଼ପଣ୍ଡା, ଯତୀନ ଛୁରିଆ, ସରୋଜ ରନବିଡ଼ା ବିଶ୍ବରଞ୍ଜନ ସାହୁ ପ୍ରମୁଖଙ୍କ ସହ ସୁଡୁଙ୍ଗା ଗାଁର ଯୁବକ ଓ ମହିଳାମାନେ ଯୋଗ ଦେଇଥିଲେ l ଏଥିରେ 100ରୁ ଅଧିକ ଚାରା ରୋପଣ କରାଯାଇଥିଲା l ଆଗକୁ ମଧ୍ୟ ବିଯୁ ଜନତା ଦଳ ତରଫରୁ କର୍ମି ମାନଙ୍କୁ ନେଇ ଏପରି କାର୍ଯ୍ୟକ୍ରମ କରାଯିବ ବୋଳି ଶ୍ରୀଯୁକ୍ତ ଦୁରିଆ କହିଛନ୍ତି l