Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଞ୍ଚ ଟି ୱାର୍ଡ ର ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ମହତ୍ୱପୂର୍ଣ୍ଣ ଗରିବ ଉତ୍ଥାନକାରୀ ଯୋଜନା । ୩୧ ମାର୍ଚ୍ଚ ୨୦୨୨ ଶୁଦ୍ଧ ୨ କୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଗେଇ ଦେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ମର୍ମରେ ଆଜି ସ୍ଥାନୀୟ ସମ୍ବଲପୁର ମହାନଗର ନିଗମର ପୁରୁଣା କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ର ପାଞ୍ଚଗୋଟି ୱାର୍ଡ ନମ୍ବର ୩୫, ୩୬, ୩୭, ୩୮, ୩୯ ର ୩୧୦ ଜଣ ହିତାଧିକାରୀ ଙ୍କୁ ଆଜି କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା କାର୍ଯ୍ୟାଦେଶ ପାଇବାର ଚାରି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ କୋଡ଼ିଏ ହଜାର ଓ ଛ ମାସ ମଧ୍ୟରେ ଗୃହ ନିର୍ମାଣ ସପୂର୍ଣ୍ଣ କଲେ ଦଶ ହଜାର ଟଙ୍କା ବୋନସ ର ବ୍ୟବସ୍ଥା ରହିଛି । ଏଣୁ ଶିଘ୍ରାଦି ଶିଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବୋନସ ର ଲାଭ ଉଠାନ୍ତୁ ବୋଲି କାର୍ଯ୍ୟାଦେଶ ବଣ୍ଟନ ଅବସର ରେ ବିଧାୟକ ଶ୍ରୀନାୟକ ହିତାଧିକାରୀଙ୍କୁ ଅନୁରୋଧ କରିଥିଲେ ।
ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ମହାନଗର ନିଗମ ଅଧିକାରୀଙ୍କ ସମେତ ବିଜେପି ର ମାନସ ରଞ୍ଜନ ବକ୍ସି, କିଶୋର ମହାକୁଡ, ଭବାନୀ ସୋହେଲା, ଅନ୍ନପୂର୍ଣ୍ଣା ବାରିକ୍, ସୁଜାତା ଗୁରୁ, ପ୍ରଭାସିନୀ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।