Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପର ମୁଣ୍ଡରେ ପ୍ରବଳ ବର୍ଷା, ୧୦ଟି ଗେଟ୍ ଦେଇ ହୀରାକୁଦରୁ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲାଯାଇଛି । ବୁଧବାର ଅପରାହ୍ଣ ଚାରିଟାରେ ଜଳଭଣ୍ଡାର ୨ ଟି ଗେଟ୍ ଖୋଲା ଯାଇଥିବା ବେଳେ ଆଜି ଆଉ ୮ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି । ବାମପଟୁ ୬ଟି ଓ ଡାହାଣ ପଟୁ ୪ଟି ଗେଟ୍ ଖୋଲା ଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଲଭଣ୍ଡାର ଭିତରକୁ ୧ ଲକ୍ଷ ୪୨ ହଜାର ୭୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ଭିତରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ ।

ସୂଚନାଯୋଗ୍ୟ, ଜୁଲାଇ ମାସରେ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଚଳିତ ବର୍ଷା ସର୍ବାଧିକ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିଲା। ପରେ ବର୍ଷା କମିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଇଥିଲା। କିନ୍ତୁ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଜଳଭଣ୍ଡାରରେ ଉତ୍କଟ ସମସ୍ୟା ସୃଷ୍ଟି କରିଥିଲା। କାରଣ ଅଗଷ୍ଟ ମାସରେ ଜଳ ଭଣ୍ଡାରର ଜଳସ୍ତର ୬୨୭ ଫୁଟ୍ ରହିବା କଥା। କିନ୍ତୁ ଥିଲା ପାଖାପାଖି ୬୨୦ ଫୁଟ୍ ଯାହା ୬ ଫୁଟ୍ କମ୍।

ତ୍ରୁଟିଗତ ଜଳ ପରିଚାଳନା ନେଇ ପ୍ରଶ୍ନ ଉଠିଥିଲା। ସେହି ସମୟରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। କିନ୍ତୁ ଗେଟ୍ ବନ୍ଦ ହେବା ପରେ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୮.୧୦ ଫୁଟରେ ପହଞ୍ଚିଛି। ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ହେବାରୁ ଡ୍ୟାମ କର୍ତ୍ତୃପକ୍ଷ ଆଜି ଆଉ ୮ଟି ଗେଟ୍ ଖୋଲିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ