Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାମରା ରୋହିଦାସ ପଡା ବିକାଶଠୁ ବହୁ ଦୂରରେ

ସୁନ୍ଦରଗଡ଼: ଏହି ଜିଲ୍ଲାର ବଡ଼ଗାଁ ବ୍ଲକ ପାମରା ଗ୍ରାମରେ ଥିବା ରୋହିଦାସ ପଡାର ଦୃଶ୍ୟ ଆଖିରୁ ନିଦ ହଜାଇ ଦେବ। ଏ ହେଉଛି ନବୀନ ସରକାର ଶାସନ କାଳରେ ଗୋଟେ ପ୍ରତିଫଳନ।ଏଠାରେ ବସବାସ କରୁଥିବା ୫୦ ଘର ପରିବାରଙ୍କ ଏହା ନିତିଦିନିଆଁ ରାସ୍ତା। ଏମିତି ରାସ୍ତା ରେ ଯିବା ଆସିବା କରନ୍ତି।ସରକାର ଙ୍କର ଅନେକ ଯୋଜନା ହେଉଛି କିନ୍ତୁ ଗାଁ ରେ ଥିବା ଏହି ପଡା ବାସୀଙ୍କ କଥା ଆଜି ଯାଏ କେହି ଶୁଣିନି ଦୁଃଖ।ସତେ ଯେମିତି ବିକାଶ ଅପହଞ୍ଚ ପରି ଏ ଚିତ୍ର ସ୍ୱଷ୍ଟ କରୁଛି।ଗାଁର ଅନେକ ଲୋକଙ୍କର ଗୋଟିଏ ମତ ହେଲା ଭୋଟ ସମୟରେ ଅନେକ ନେତା ମନ୍ତ୍ରୀ ଆସନ୍ତି ଦେଖାଣିଆ କଥା କୁହନ୍ତି।ଆମକୁ ଭୋଟ ଦିଅ ଏୟା କରିଦେବୁ ସେୟା କରିବୁ ବୋଲି କେବଳ ପ୍ରତିଶୃତି ରେ ହିଁ କଥା ରହି ଯାଏ।ଏହି ପଡା ରେ ରାସ୍ତା ହିଁ କେବଳ ସମସ୍ୟା ସେୟା ନୁହେଁ,ଆବାସ ଯୋଜନା ସାତପର ହୋଇ ରହିଛି ଏ ପଡାବାସୀଙ୍କ ପାଇଁ।ପଡାର କେବଳ ତିନି ପରିବାରକୁ ଆସିଛି ଆବାସ ଯୋଜନା ଘର।ଏଠାରେ ଥିବା ପାଣିର ସମସ୍ୟା କହିଲେ ନସରେ। କେବଳ ଗୋଟିଏ ନଳକୂପ ହିଁ ସାହା ଭରସା ।ଗୋଟେ ନଳକୂପ ଥିବାରୁ ଖରା ଦିନରେ ତାହା ଶୁଖିଯାଏ। ଅନେକ ବାଧା ଆସେ ପାଣି ଟିକିଏ ପାଇଁ। ଶୋଷ ପାଇଁ ଡହଳ ବିକଳକୁ ଆଖି ପାଏନା କାହାର। ପାନୀୟ ଜଳ ଯୋଗାଣ ଯୋଜନାରେ ଅନ୍ତତଃ ସୋଲାର ପମ୍ପ ଟିଏ ପାଇଁ ଚାହିଁ ବସିଛନ୍ତି ଗାଁ ଲୋକେ। ସେମାନଙ୍କ କହିବା ହେଲେ ନବୀନ ସରକାର ବିକାଶର ଡିଣ୍ଡିମି ପିଟୁଛନ୍ତି। କିନ୍ତୁ ପାମରା ଭଳି ବାସ୍ତବ ଚିତ୍ର ଉପରେ କାହାର ନଜର ପଡୁନି।କେବଳ କଥାରେ ରହିଯାଇଛି ଥାକ ଥାକ ଯୋଜନା। ନେତା କି ସରକାରୀ ବାବୁ ମାନେ ଗାଁ ପଡା କୁ ବୁଲିଆସିଲେ ସିନା ଜାଣିବେ କାହାର କଣ ଅସୁବିଧା ଅଛି ହେଲେ ତାହା ଭି ହୋଇ ପାରୁନି ।ପଡାବାସୀଙ୍କ ଏଭଳି ଅଭିମାନର ଅଭିଯୋଗ ଉପରେ କାହାର କେବେ ନଜର ପଡିବ ତାହା ବଡକଥା ନୁହେଁ । କିନ୍ତୁ ଏହି ପଡାର ସମସ୍ୟାର ସମାଧାନ ନହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରତିବାଦ ସ୍ୱରୂପ ସେମାନେଯେ,ବର୍ଜନ କରିବେ ଏଭଳି ଚେତାବନି ଶୁଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ