୧୫ ଦଫା ଦାବି ନେଇ ସରପଞ୍ଚ୍ ସଂଘର ଆନ୍ଦୋଳନ

ଭୁବନେଶ୍ବର:ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ସାରା ଓଡିଶାର ସରପଞ୍ଚ।ବିଭିନ୍ନ ଦାବି ନେଇ ୩୦ ଜିଲ୍ଲାର ସରପଞ୍ଚ୍ ମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ନେଇ ଦାବି ପତ୍ର ଦେଇଥିଲେ ।ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଶେଷରେ ଗତଲାଲି ଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।୧୫ ଦଫା ଦାବି ନେଇ ପିଏମଜି ରାଜରାସ୍ତାରେ ବସିଛନ୍ତି ସରପଞ୍ଚ। ରାଜ୍ୟର ସମସ୍ତ ସରପଞ୍ଚ ଆଜି ଭୁବନେଶ୍ୱରରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ସରପଞ୍ଚ ମାନଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଉ । ବିପର୍ଯ୍ୟୟ ଭଳି ଜରୁରୀକାଳୀନ ଖର୍ଚ୍ଚ ଲାଗି ସରପଞ୍ଚଙ୍କ ଲାଗି ହାତ ପାଣ୍ଠି ରଖିବାକୁ ଦାବି କରିଛନ୍ତି।ସରପଞ୍ଚଙ୍କ ପେନସନ ୨ ହଜାର ୩୫୦ ଟଙ୍କାରୁ ୩୦ ହଜାର ଟଙ୍କା କରାଯାଉ। ଏ ସମସ୍ତ ଦାବି ନେଇ ୨ ମାସ ତଳେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ସରକାର ଅଡୁଆ ଖିଅରେ ପଡିଛନ୍ତି । ଅବିଲମ୍ଭେ ସରକାର ସରପଞ୍ଚ ମାନଙ୍କ ଦାବି ଉପରେ ବିଚାର ନକଲେ ଏହା ସରକାର ପାଇଁ କ୍ଷତିର କାରଣ ସାଜିବ। ସରପଞ୍ଚ୍ ମାନଙ୍କ ବିକ୍ଷୋଭ ଧାରଣା ଯେତିକି ଲମ୍ବା ହେବ ସେହି ପରିମାଣରେ ଜନ ଅସନ୍ତୋଷ ମଧ୍ୟ ବଢିବା ଆଶଙ୍କାକୁ ଏଡାଇ ହେବ ନାହିଁ ।ପୁନଶ୍ଚ ଅଧିକାଂଶ ସରପଞ୍ଚ୍ ବିଜେଡି ସମର୍ଥକ ହୋଇଥିବାରୁ ଏହି ଆନ୍ଦୋଳନ ଚାଲୁ ରହିଲେ ଦଳ ପାଇଁ କ୍ଷତିର କାରଣ ସାଜିବ। ତେଣୁ ଅବିଲମ୍ଭେ ସରପଞ୍ଚ୍ ମାନଙ୍କ ଦାବି ଉପରେ ସରକାର ପଦକ୍ଷେପ ନେବାର ଆଶା କରାଯାଉଛି।