Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମୁମାଲ ଆଶ୍ରମ ସ୍କୁଲରେ ଅଭିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ସ୍କୁଲରେ ” ଅଭିଭାବକ ଆମ ଅଂଶୀଦାର ” ର ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ନୁଚରଣ ଧାନ ସଭା ପରିଚାଳନା କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ୟଅତିଥି ଭାବେ ଆଇ.ଟି.ଡି.ଏ କୁଚିଣ୍ଡା ସ୍ପେଶାଲ ଅଫିସର ସୂର୍ଯ୍ୟନାରାୟଣ ତ୍ରିପାଠୀ ଯୋଗ ଦେଇଥିବା ବେଳେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅଶ୍ୱର୍ଯ୍ୟ କୁମାର ନାୟକ, ମୋ ବିଦ୍ୟାଳୟ ଅଭିଯାନର ସଭାପତି ବିପିନ ବିହାରୀ ପଟେଲ, ଏସ.ଏମ.ସି ର ସଭାପତି ପ୍ରଶାନ୍ତ ବରିହା ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ। ବ୍ଲକ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାୟକ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ବାବଦରେ ଅଭିଭାବକଙ୍କୁ ସୂଚାଇ ଥିଲେ। ଏହି ସଭାରେ ଡିପାର୍ଟମେଣ୍ଟ ଅଫ ଭେଟନାରୀ,ଏଫ.ଏସ.ଓ.ବି, ଫିସରୀ, ହର୍ଟିକଲଚର, ଏଗ୍ରିକଲଚର, ଆଇ.ସି.ଡି.ଏସ, ଓ.ଏଲ.ଏମ, ମନରେଗା ଏବଂ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଷ୍ଟଲ ଲଗାଯାଇଥିବା ବେଳେ ବିଦ୍ୟାଳୟରେ ଛାତ୍ରଚାତ୍ରୀଙ୍କ ଦ୍ୱରା ଛୁଟି, ରଙ୍ଗୋଲି, ଡ୍ରଇଁ, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ, ସରୋଜ କୁମାର ପଟେଲ, ସୁନୀଲ କୁମାର ନାଗ, ତାପସ୍ୱନି ମାଝୀ ଏବଂ ବିଦ୍ୟାଳୟ କର୍ମକର୍ତ୍ତା ମହେଶ୍ୱର କାଲୋ, ରୋହିତ ନାଏକ, କୈଳାସିନୀ ନାଏକ, ରାଇବାରୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।