Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନସରା ଜନଜାତି ବାଳିକା ବିଦ୍ୟାଳୟ ରେ ପିତାମାତା ସହ ଭାଗିତା ବୈଠକ ଅନୁଷ୍ଠିତ।

କୋକସରା:୧୬/୦୯ କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ ରେ ପିତାମାତା ସହ ଭାଗିତା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସମ୍ମାନିତ ଅତିଥି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ,ସମିତି ସଭ୍ୟ ଗଜାନନ ନିଆଲ, ମତ୍ସ୍ୟ ଅଧିକାରୀ ଲଳିତ କୁମାର ମହାନନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିଳାମ୍ବର ସତନାମୀ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାର ଆଦିବାସୀ ଜନଜାତି ଛାତ୍ରଛାତ୍ରୀ ଙ୍କ ଅଧ୍ୟୟନ ପାଇଁ ଅନେକ ଯୋଜନା କରିଛନ୍ତି ଓ ସେହି ସବୁ ଯୋଜନା ର ସଫଳ ରୂପାୟନ ଏହି ବିଦ୍ୟାଳୟ ରେ ମଧ୍ୟ ଉପଲବ୍ଧ ଅଛି, ଭଲ ପାଠ ପଢି ବିଦ୍ୟାଳୟ ର ନାଁ ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ସାହୁ ସଂଯୋଜନା ସହ ମଞ୍ଚ ପରିଚାଳନା କରିଥିବା ବେଳେ ସ୍କୁଲ ର ଶିକ୍ଷକ ସୁରେନ୍ଦ୍ର ନାଏକ,ଲକ୍ଷ୍ମଣ ଶବର, ଯୁଧିଷ୍ଠିର ନାଏକ, ସୁଧୀର ପଣ୍ଡା, ମହେନ୍ଦ୍ର ପୁଝାରି, ଗୁପ୍ତେଶ୍ଵର ସତନାମୀ, ବନଜିନି ନାଏକ ସମସ୍ତ ମେଟ୍ରୋନ ଓ ପାଚିକା ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଧୀର ପଣ୍ଡା ଓ ଲକ୍ଷ୍ମଣ ଶବର ଧନ୍ୟବାଦ ଅର୍ପଣ କରିଥିଲେ।