ମୋଟେର ରେ ପହଞ୍ଚିଲା ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଅଭିଯାନ।

କୋକସରା୧୬/୦୯ ଆଜାଦି କି ଅମୃତ ମହୋତ୍ସବ ର ୭୫ ବର୍ଷା ପୂର୍ତ୍ତି ଅଵସର ରେ ଦେଶ ର ସହିଦ ଯବାନ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ଦିଲ୍ଲୀରେ ଏକ ଅମୃତ ବାଟୀକା ଉଦ୍ୟାନ ନିର୍ମାଣ ପାଇଁ ସାରାଦେଶ ରୁ ମାଟି ସଂଗ୍ରହ କରିବା ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଭାରତୀୟ ଜନତା ଦଳ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର ଆମପାଣି ବୁଢ଼ାରଜା ମନ୍ଦିର ରୁ ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ମାଟି କଳସ ପୂଜାର୍ଚ୍ଚନା ପରେ ସେଠାରୁ ମାଟି ସଂଗ୍ରହ କରିବା ଅଭିଯାନ ଆରମ୍ଭ ହୋଇ ଆଜି ଚତୁର୍ଥ ଦିନ ରେ କୋକସରା ବ୍ଲକ ର ମୋଟେର ଓ ଡାଲଗୁମା ପଞ୍ଚାୟତ ଛିଲିପାମାଲ ରେ ପହଞ୍ଚିଛି। ମୋଟେର ବସଷ୍ଟାଣ୍ଡ ନିକଟରେ ଏହି ଅଵସର ରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ଦଳ ର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା ନିଜ ଉଦ୍ବୋଧନ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ। ଛିଲିପାମାଲ ଗ୍ରାମ ରେ କାର୍ଯ୍ୟକ୍ରମ ରେ ବିଜେପି ନେତ୍ରୀ ତଥା କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ,,ଜିଲ୍ଲା ବିଜେପି ନେତ୍ରୀ କୁନ୍ତି ପାଳ, ପ୍ରତିମା ପୁଝାରି,ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ଅପ୍ରେସ ସ୍ୱାଇଁ,ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ମୋଟେର ମଣ୍ଡଳ ସମ୍ପାଦକ ଚକ୍ରଧର ନାଏକ ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସୁଜିତ ସିଂ ରାଜପୁତ ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଗାଁ ଗାଁ ରେ ମହିଳା ଓ ପୁରୁଷ ମାନେ କଳସ ରେ ସହିଦ ଙ୍କ ଉଦ୍ଦେଶ୍ୟ ରେ ମାଟି ଦେଇ ବିର ଯବାନ ଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।