Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଢିପା ରେ ନୂତନ ଲ୍ୟମ୍ପସ ଉଦଘାଟିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ସଦରମହକୁମା ଠାରେ ଆଜି ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କର କରକମଳରେ ନୂତନ ବୃହଦାକାର ସମବାୟ ସମିତି ଉଦଘାଟନ ହୋଇଯାଇଛି। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ନାଏକ, ସମିତି ସଭ୍ୟା ଶାନ୍ତି ଧୂରୁଆ, ମହଦା ସରପଞ୍ଚ କୀର୍ତ୍ତନ ମାଝୀ, ସମିତି ସଭ୍ୟ ସୁଶୀଲ ମାକର ଉପସ୍ଥିତ ଥିବା ବେଳେ କୁଚିଣ୍ଡା ସମବାୟ ନିରୀକ୍ଷକ ଶିବପ୍ରସାଦ ମହାରଣା, ପରିଚାଳନା ନିର୍ଦ୍ଦେଶକ ହରିପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ସରକାର ଜମନକିରା ବ୍ଲକ ଭୌଗଳିକ ଦୃଷ୍ଟି କୋଣ କୁ ଆଖି ଆଗରେ ରଖି ଲୋକଙ୍କ ସୁବିଧା ପାଇଁ ନୂତନ ସମବାୟର ସଂପ୍ରସାରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫାଶୀମାଲ ସମବାୟ କୁ ଭାଗକରି ପାଞ୍ଚଟି ସମବାୟକୁ ବୃଦ୍ଧି କରିଛନ୍ତି। କେନାଢିପା ସମବାୟଟି କେନାଢିପା ଏବଂ ମହଦା ପଞ୍ଚାୟତ କୁ ନେଇ ଗଠନ କରାଯାଇଛି।କୃଷକ ସଂଗଠନ ର ସଭାପତି ତ୍ରିଲୋଚନ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସଂପାଦକ ରାଜକିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନ ସମୟରେ କେନାଢିପା ଏବଂ ମହଦା ପଞ୍ଚାୟତ ର ବହୁ ଚାଷୀ ଉପସ୍ଥିତ ଥିଲେ।