Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣା, ନଈରୁ ମିଳିଳା ମହିଳାଙ୍କ ଗୋଡ଼

ଭଞ୍ଜନଗର: ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣାରେ ନଈରୁ ମହିଳାଙ୍କ ଗୋଡ଼ ମିଳିଥିବା ପୋଲିସ କହିଛି। ସୋରଡ଼ା ଥାନା ପାଲକାଟୁ ନିକଟ ନଈରୁ ଏହି କଟା ଗୋଡ଼ ମିଳିଛି। କିଛି ଦିନ ତଳେ ସ୍ଥାନୀୟ ଭଗବାନପୁରେ ଜଘନ୍ୟ କାଣ୍ଡ ଘଟିଥିଲା। ସ୍ତ୍ରୀକୁ ବେଲ୍ଟରେ ଚିପି ହତ୍ୟା କରିବା ପରେ ସ୍ଵାମୀ ମୃତଦେହକୁ ୬ ଖଣ୍ଡ କରି ଭସାଇ ଦେଇଥିଲା। ଘଟଣା ପରେ ଅଭିଯୁକ୍ତ ସ୍ଵାମୀ ଥାନାକୁ ଆସି ଆତ୍ମ ସମର୍ପଣ କରିଥିଲା।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଗତ ଗୁରୁବାର ଏହି ଭୟାବତ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ପରେ ହାତ, ଗୋଡ଼, ଜଙ୍ଘ, ବେକକୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀରେ ଫିଙ୍ଗି ଦେଇଥିଲା ସ୍ଵାମୀ କ୍ଷ ମୃତକ ଜଣଙ୍କ ହେଲେ ବୁଲିମୂଳି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ଵାମୀ ନାରାୟଣ ମୂଳି ଥାନାରେ ଆତ୍ମ ସମର୍ପଣ କରିଥିଲା। ସୋରଡ଼ା ଥାନା ପୋଲିସ ଅଭିଯୁକ୍ତ ସ୍ଵାମୀ ନାରାୟଣ ମୂଳି(ଭଗବାନ )କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା। ଋଷିକୂଲ୍ୟା ନଦୀରେ ବହୁ ଖୋଜାଖୋଜି ପରେ ବି ମୃତ ମହିଳାଙ୍କ କୌଣସି ଅଙ୍ଗ ମିଳିନଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ