Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କ ଧାରଣା ଜାରି, ସ୍କୁଲ ଖୋଲିବାକୁ ଅନ୍ୟ ଶିକ୍ଷକ ଙ୍କୁ ବିରୋଧ କରି ଗେଟ ରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ସ୍କୁଲ କମିଟି।I

କୋକସରା:୧୮/୦୯ ନିଖିଳ ଉତ୍କଳ ପ୍ରାଥମିକ।ଶିକ୍ଷକ ଫେଡରେସନ ପକ୍ଷରୁ ସମସ୍ତ ବର୍ଗର ଶିକ୍ଷକ ଙ୍କୁ ନେଇ ଓଡିଶା ରାଜ୍ୟ ର ସମସ୍ତ ଜିଲ୍ଲା ର ବ୍ଲକ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବି ନେଇ ଆଜିକୁ ୭ ଦିନ ହେବ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସୋମବାର କୋକସରା ବ୍ଲକ ର ବନ୍ଦ ରହିଥିବା ଅନେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ କୋକସରା ବିଇଓ ରଶ୍ମିତା ନେତମ ଙ୍କ ନିର୍ଦେଶ ରେ ଆନ୍ଦୋଳନ ରେ ସାମିଲ ନଥିବା ଅନ୍ୟ ସଙ୍ଘ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡେପୁଟେସନ ରେ ପଠାଇଥିବା ବେଳେ ଏହାକୁ ବିରୋଧ କରି ମୋଟେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ପାଇଁ ଆସିଥିବା ଶିକ୍ଷକ ଗଜେନ୍ଦ୍ର ବାଗ ଙ୍କୁ ସ୍କୁଲ ଖୋଲିବା ଓ ମଧ୍ୟାହ୍ନ ଭୋଜନ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ବିରୋଧ କରି ସକାଳ ୧୦ ଘଣ୍ଟା ସମୟରେ ସ୍କୁଲ ଗେଟ ରେ ତାଲା ପକାଇ ପ୍ରତିବାଦ କରିଥିଲେ, ଫଳରେ ସ୍କୁଲ ବନ୍ଦ ରହିଛି। ଧାରଣା ଦେଇଥିବା ସ୍କୁଲ ପରିଚାଳନା କମିଟିର ସଭାନେତ୍ରୀ ଶକୁନ୍ତଳା ଜାଲ,ହୃଷିକେଶ ଦାସ, ଯଶୋବନ୍ତ ଜାଲ, ରାଜୁ ନାଏକ, ନନ୍ଦିନୀ ସରାଫ, ଚମ୍ପା ଶବର, ହରିହର ଝାଙ୍କର, କେଶବ ପୁଝାରି, ଚୌବନ ମାଝୀ, ହେମରାଜ ପୁଝାରି, ପୁରୁଷୋତ୍ତମ ଝାଙ୍କର, ଭୂମିସୁତା ଯାନୀ ପ୍ରମୁଖ କମିଟିର ଓ ଅଭିଭାବକ ମାନେ ଉପସ୍ଥିତ ରହି ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲ ରେ ଯୋଗ ନଦେବେ ପାଠପଢା ବନ୍ଦ ସହ ମଧ୍ୟାହ୍ନ ଭୋଜନ ବନ୍ଦ ରହିବ ବୋଳି କହିଛନ୍ତି। ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଦାବି ମାନି ନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି କଲେ ଯାଇ ସ୍କୁଲ ରେ ତାଲା ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି।