Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା କୁ ଅସଦା ଚରଣ, ବେଲ ରେ ଆସିଥିବା ଅଭିଯୁକ୍ତ ପୁନର୍ବାର ଗଲା ଜେଲ

ଜମନକିରା : ଜମନକିରା ଥାନା ଜମନକିରା ସଦର ମହକୁମା ପଞ୍ଚାୟତ ଅନ୍ତର୍ଗତ ମାଧଡ଼ିହି ଗାଁର ଦୁର୍ଜନ ପ୍ରଧାନ ର ପୁଅ ସୁଶାନ୍ତ କୁମାର ପ୍ରଧାନ ଓରଫ କଇଁଟୁ (୨୦) ଜୈନେକ ନାବାଳିକା କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଜମନକିରା ଥାନା କେସ ନ. ୧୨୦/୨୨- (୨୯୪/୩୪୧/୪୫୨/୩୫୪(୩୫୪ (ଏ) ଏବଂ (ବି)/୩୨୩ ) ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ଜଣକ ପୋଲିସ ରାଇଟର କୁ ମାଡ଼ ମାରିଥିବା ଅଭିଯୋଗରେ ଗତ ୨ ଦିନ ତଳେ କୋର୍ଟ ରୁ ବେଲ ରେ ଫେରିଥଲା।
ପୋଲିସର ସୂଚନା ଅନୁଯାଇ, ଗତକାଲି ଜମନକିରା ପଞ୍ଚାୟତ ଗାନ୍ଧିପଡ଼ା ର ଜୈନେକ ନାବାଳିକା (୧୫) ରାସନ ସାମଗ୍ରୀ ନେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ କଇଟୁଁ ଲୁହୁରାପଡ଼ା ରାସ୍ତାରେ ନାବାଳିକା କୁ ଡ୍ରେସ ଟଣାଟାଣି କରି ଅସଦାଚରଣ କରିଥିଲା। ଏନେଇ ନାବାଳିକା ଜଣକ ତା ମା” ପାଖରେ ସବୁ କହିଥିଲ। ଆଜି ପୀଡ଼ିତା ର ମା” ଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।