Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାସିଗାଁ ନିକଟରେ ଟ୍ରକ ଅଟୋ ମୁହାଁମୁହିଁ ଧକ୍କା l ୩ ମୃତ ଛଅ ଗୁରୁତର l

କଳାହାଣ୍ଡି:୧୯/୦୯ ଦିନକ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ। ଗାଁ ଠାରୁ ସହର ଉତ୍ସବ ମୁଖର। କିନ୍ତୁ ଏଭଳି ଖୁସିର ସମୟରେ ମଙ୍ଗଳବାର ସକାଳୁ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ହେଇଥିବା ବେଳେ ଶିଶୁ ସମେତ ୭ ଜଣ ଗୁରୁତର ଆହତ ହେଇଛନ୍ତି। ସେମାନଙ୍କୁ ପ୍ରଥମେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଠକୁରା ଗ୍ରାମର ଏକ ପରିବାର ପାରିବାରିକ କାର୍ଯ୍ୟରେ OD 08 S 9363 ନମ୍ବର ଏକ ଅଟୋରେ ଜୁନାଗଡ଼ ଅଭିମୁଖେ ଯାଉଥିଲେ l କଲମପୁର – ଜୁନାଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବଙ୍କାପଲା ଦାସିଗାଁ ମଝିରେ ଥିବା ଏକ ବୁଲାଣି ନିକଟରେ କଲମପୁର ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଧକ୍କା ଦେଇଥିଲା l ଫଳରେ ଅଟୋରେ ଥିବା ସମସ୍ତ ୯ ଜଣ ଗୁରୁତର ହୋଇଥିଲେ l ସେମାନଙ୍କୁ କଲମପୁର ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୯ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ନାଏକ( କାହ୍ନl – ୩୦), ପଦୁ ସରଣ ନାଏକ (୪୫) ଏବଂ ଅମୃତ ନାଏକ (୪୫) ଙ୍କୁ ଭବାନୀପାଟଣା ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ଛଅ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ପୋଲିସ ତଦନ୍ତ ଜାରି ରହିଛି l