Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୋରଦାର ହେବ ଶିକ୍ଷକ ଆନ୍ଦୋଳନ, ୨୬ରେ ବିଧାନସଭା ଘେରିବାକୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ ରଖିଥିବା ଖବର ନିକଟରେ ପ୍ରକାଶ ପାଇଥିଲା। ଆଶା କରାଯାଉଥିଲା ଶିକ୍ଷକଙ୍କ ଦାବି ପୂରଣ ହେବ ଏବଂ ପୁଣି ଥରେ ସମଗ୍ର ରାଜ୍ୟରେ ଠପ୍ ପଡ଼ିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସ୍ଵାଭାବିକ ସ୍ଥିତିକୁ ଆସିବ। ହେଲେ ଏ ପର୍ଯ୍ୟନ୍ତ ଜିଲ୍ଲା ଏବଂ ବ୍ଲକସ୍ତରରେ ଧାରଣାରେ ବସିଥିବା ଶିକ୍ଷକ ସଂଘ ରାଜଧାନୀରେ ରଣ ହୁଙ୍କାର ଦେବାକୁ ସଜାବାଜ କଲେଣି। ଆସନ୍ତା ୨୬ ତାରିଖରେ ବିଧାନସଭା ଘେରିବା ଏବଂ ଲୋୟର ପିଏମଜିରେ ବିଶାଳ ରାଲି ପାଇଁ ପ୍ରସ୍ତୁତି କଲେଣି ୬ ଶିକ୍ଷକ ସଂଘ।

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଆନ୍ଦୋଳନ ଜୋରଦାର କରିବାକୁ ଅଧିବେଶନ ଚାଲିଥିବା ସମୟରେ ଠିକ୍ ଏହି ସମୟକୁ ବାଛିଛନ୍ତି ଶିକ୍ଷକ ସଂଘ। ଏ ସଂପର୍କରେ ସୂଚନା ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା। ଆସନ୍ତା ୨୬ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଘେରିବା ପାଇଁ ସମଗ୍ର ରାଜ୍ୟର ଶିକ୍ଷକମାନେ ଏକତ୍ରିତ ହେଉଛନ୍ତି । ଆନ୍ଦୋଳନରେ ଓଷ୍ଟା, ପିଷ୍ଟା ଓ ପଶ୍ଚିମ ଓଡ଼ିଶା ପ୍ରାଥମିକ ଶିକ୍ଷକ ଫୋରମ୍ ମିଶି ୬ଟି ଶିକ୍ଷକ ସଂଘ ଏଥିରେ ସାମିଲ୍ ହେବେ ବୋଲି ଶ୍ରୀ ମହାରଣା କହିଛନ୍ତି ।

ଏହା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ଶିକ୍ଷକ ସଂଘର ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ବିଭିନ୍ନ ସଂଘର ଭିନ୍ନ ଭିନ୍ନ ଦାବି ରହିଛି। ତେଣୁ ସେମାନଙ୍କର ଯୁକ୍ତିସଙ୍ଗତ ଏବଂ ଆଇନସମ୍ମତ ଦାବି ଗୁଡ଼ିକ ପୂରଣ ପାଇଁ ଉଦ୍ୟମ କରାଯିବ। ସରକାର ଏ ଦିଗରେ ଯତ୍ନବାନ ଅଛନ୍ତି। ଶିକ୍ଷକମାନେ ସ୍କୁଲ ଫେରି ଯାଆନ୍ତୁ ବୋଲି ସେ କହିଥିଲେ।

ଅପରପକ୍ଷେ ମନ୍ତ୍ରିସ୍ତରୀୟ ଆଲୋଚନା ବିଫଳ ହୋଇଥିବା ଅନେକ ଶିକ୍ଷକ ନେତା କହିଛନ୍ତି। ଆଲୋଚନା ବେଳେ ସେମାନଙ୍କର ୩ ଦଫା ଦାବି ପୂରଣ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ସରକାର ମନା କରିଥିବା କହିଛନ୍ତି ଶିକ୍ଷକ ନେତା। ଆଲୋଚନା ପରେ ୨ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ହେଁ ଆହୁରି ୮ଟି ସଂଘର ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଦାବିରେ ଅଡ଼ି ବସିଛନ୍ତି ଶିକ୍ଷକ ସଂଘ।

More Stories