Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ବିଧାନସଭାରେ ମୌସୁମୀ ଅଧିବେଶନ, ଅପରାହ୍ଣରେ ଆଗତ ହେବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ବିଧାନସଭାରେ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ। ଦିନ 11ଟାରେ ଗୃହକାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଅାଗତ କରାଯିବ। ଏହା ପରେ ଅପରାହ୍ଣରେ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଅତିରିକ୍ତ ବଜେଟର ଆକାର ପ୍ରାୟ 21 ହଜାର କୋଟି ଟଙ୍କା ରହିଛି।

ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏହି ସମୟରେ ଆଜି ଆଗତ ହେବ ଅତିରିକ୍ତ ବଜେଟ୍। ମୌସୁମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି। ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ।   ସରକାର ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି।

ଆଜି ଅଧିବେଶନ ଆରମ୍ଭରୁ ବାଚସ୍ପରି ନିର୍ବାଚନ ପ୍ରକ୍ରିୟା କରାଯିବ ଏବଂ ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ପଦ ଗ୍ରହଣ କରିବେ। ଶୋକ ପ୍ରସ୍ତାବ ଆଗତ ହେବ ଏବଂ ପୂର୍ବତନ ବାଚସ୍ପତି ତଥା ଦିବଙ୍ଗତ ସଦସ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଗୃହରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସକାଳ ଦଶଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବସିବ। ଏଥିରେ ଦଳ ରଣନୀତି ପ୍ରସ୍ତୁ କରିବ। ପୁଣି ବିଜେପି ଓ କଂଗ୍ରେସ  ବିଧାୟକ ଦଳ ବୈଠକ ବସିବ ବୋଲି ଜଣା ପଡ଼ିଛି।

More Stories