Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ଥରେ ଡରାଇବ ଅକ୍ଟୋବର, ଓଡ଼ିଶାକୁ ବଢିଲା ବାତ୍ୟା ଭୟ

ଭୁବନେଶ୍ଵର: ପୁଣି ଥରେ ଡରାଇବ ଅକ୍ଟୋବର। ଓଡ଼ିଶାକୁ ବଢିଲା ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ଦେଖା ଦେଇଛି ଯାହା ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି କେତେକ ପାଣିପାଗ ବିଭାଗ ଆକଳନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁଯାୟୀ, ଅକ୍ଡୋବର ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଅନ୍ୟ ପାଣିପାଗ ବିଭାଗର ମଡେଲରେ କୁହାଯାଇଛି ଯେ, ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଆଣ୍ଡମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ସେପ୍ଟେମ୍ବର ୨୯ରେ ଅବପାତର ରୂପ ନେଇପାରେ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ । ଆଗାମୀ ୩-୪ ଦିନରେ ବଳ ଗୋଟାଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହି ଅବପାତ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଆଇଏମଡି କହିଛି। ତେବେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବା ନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ।

More Stories