ଖୋଲିଲା ଆଉ ୨ଟି ଗେଟ୍, ହୀରାକୁଦର ୨୪ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦର ଗୋଟିଏ ପରେ ଗୋଟିଏ ଖୋଲା ଯାଉଛି। ଆଜି ଡ୍ୟାମର ଆଉ ଦୁଇଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ୨୪ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି।
ସୂଚନାଯୋଗ୍ୟ, ଜଳସ୍ତର ହ୍ରାସ ପାଇବାରୁ ଗତ ୧୮ ତାରିଖରେ ହୀରାକୁଦର ୮ଟି ଗେଟ୍ ବନ୍ଦ କରାଯାଇ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ତେବେ ଉପର ମୁଣ୍ଡରେ ପୁଣି ବର୍ଷା ହେବା କାରଣରୁ ପୁଣି ଥରେ ଗେଟ୍ ଖୋଲା ଯାଇଥିଲା। ଆଜି ୨ଟି ଗେଟ୍ ଖୋଲା ଯାଇ ବର୍ତ୍ତମାନ ୨୪ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।