Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋହନାରେ ଚାଞ୍ଚଲ୍ୟ, ସ୍ଵାମୀକୁ ପରେ ଗାଁ ରାସ୍ତାରେ ସ୍ତ୍ରୀକୁ ବିଭସ୍ତ୍ର ହତ୍ୟା କଲେ ଦୁର୍ବୃତ୍ତ

ମୋହନା: ଗଜପତି ଜିଲ୍ଲା  ମୋହନାରେ ଚାଞ୍ଚଲ୍ୟ। ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ ମର୍ଡର । ଘରେ ପଶି ଯୁବକଙ୍କୁ ହତ୍ୟା ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ଶଶିତା ମଲ୍ଲିକ ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରକୁ ହତ୍ୟା କରିଥିଲେ । ସ୍ଵାମୀର ମୃତ୍ୟୁ ଖବର ଶୁଣି ଧାଇଁ ଆସୁଥିବା ବେଳେ  ଗାଁ ରାସ୍ତାରେ ସ୍ତ୍ରୀ ଶଶିତାଙ୍କୁ ମଧ୍ୟ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ହତ୍ୟାକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତ୍ତିକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।  

ଏହି ଘଟଣାରେ ଗାଁର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିବାର ସୂଚନା ମିଳିଛି। ଏହା ପୂର୍ବରୁ ଗତ କିଛି ମାସ ତଳେ କିଛି ଦୁର୍ବୃତ୍ତ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁରୁତର ଆହତ ହୋଇଥିଲେ ହେଁ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।

More Stories