Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଆଜି ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନକୁ ନେଇ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ସହର ସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷଙ୍କ କାର୍ଯ୍ଯାଳୟ ପାଚେରୀ ବାହାରେ ପଡି ରହିଥିବା ଅଦରକାରୀ ଛୋଟ ଛୋଟ ଗଛ, ଘାସ ଓ ଅଳିଆ ଆବର୍ଜନା ସଫା କରାଯାଇଥିଲା ଏବଂ ଏଥିରେ ୱାର୍ଡ ନଂ୫ର ଆଶା ଦିଦି ଦମୟନ୍ତୀ ମାଝୀ ମଧ୍ଯ ସହଯୋଗ କରିଥିଲେ। ସମସ୍ତ ଆବର୍ଜନା ମୁନିସିପାଲିଟି ତରଫରୁ ଟ୍ରାକ୍ଟର ଦ୍ବାରା ନିଆଯାଇଥିଲା। ସଂଗଠନର ସମସ୍ତଙ୍କୁ ନେଇ ନୂଆଁଖାଇ ଭେଟଘାଟ୍ ମଧ୍ଯ ବିବିସି ପଡା ସ୍ଥିତ କମ୍ୟୁନିଟି ହଲ୍ ରେ ଆୟୋଜିତ ହେଇଯାଇଅଛି। ସମସ୍ତ ସଦସ୍ଯ ପରସ୍ପରକୁ ଭେଟିବା ସହ ସାମାଜିକ ସୁରକ୍ଷା ଭତ୍ତା ବ୍ରୁଦ୍ଧି ନିମନ୍ତେ କରାଯାଉଥିବା ସଚେତନତା ଓ ଦସ୍ତଖତ ଅଭିଯାନର ସମୀକ୍ଷା ଓ ଆଗାମୀ ଦିନରେ ଭବାନୀପାଟଣା ମୁନିସିପାଲିଟିରେ ଅଭିଯାନକୁ ଶୀଘ୍ର ସାରିବା ପାଇଁ ସଂଗଠନର ସଭାପତି ସୁରେଶ ସଂଗ୍ରାମଙ୍କ ଉପସ୍ଥିତରେ ନିର୍ଣ୍ଣୟ ନିଆଯାଇଛି। ଦସ୍ତଖତ ଅଭିଯାନର ସମସ୍ତ ବିବରଣୀ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ସମସ୍ତ ସଦସ୍ୟଙ୍କ ଆଗରେ ଉପସ୍ଥାପନ କରିଥିଲେ ଏବଂ ପୁରା ଭେଟଘାଟ୍ କାର୍ଯ୍ୟକ୍ରମକୁ ସମାଜସେବୀ ନିରୋଦ କୁମାର ରାଉତ ପରିଚାଳନା କରିଥିଲେ। ସଂଗଠନକୁ ଆହୁରି ମଜବୂତ କରିବା ପାଇଁ ନାରୀ ନେତ୍ରୀ କବିତା ରାଉତ ଜୋର୍ ଦେଇଥିଲେ। ଏହି ଭେଟଘାଟ୍ ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ଅବଦୁଲ ଅଜିଜ୍ ଖାନ୍, ସନ୍ତୋଷ କୁମାର ପାତ୍ର, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ରାଜ କିଶୋର ପତି, ଦିଲିପ କୁମାର ରାଉତ, ରମେଶ ମେହେର, ସୌମ୍ୟରଂଜନ କର, ସଂଜୟ ମେହେର, ଟଙ୍କଧର ସାହୁ, ରମେଶ ଚନ୍ଦ୍ର ଦୂର୍ଗା, ମଧୁଲାଲ ନାଏକ, ଲାଞ୍ଜିଗଡ଼ ବ୍ଲକର ସମାଜସେବୀକା ଫୁଲମେ ମାଝୀ, ଯୋଗେଶ୍ୱରୀ ମାଝୀ, ଦୀପାନ୍ତୀ ମାଝୀ, ସିନ୍ଧୁ ମାଝୀ, ଅଞ୍ଜଳି ବାଗ, ପୁଷ୍ପାଞ୍ଜଳି ବାଗ, ପଦ୍ମିନୀ ରାଉତ, ରିଙ୍କି ଗଉଡ ସହିତ ୫୦ଜଣ ସାମିଲ ଥିଲେ। ପରିଶେଷରେ ଭୋଜନର ବ୍ୟବସ୍ଥା ମଧ୍ଯ ହେଇଥିଲା।