Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲୋକସେବା ଭବନରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବାହିନୀ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଲୋକସେବା ଭବନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ୱ ବିଭାଗରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣା ପଡିନାହିଁ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ହଠାତ୍‌ ଲୋକସେବା ଭବନର ରାଜସ୍ୱ ବିଭାଗରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁର ପ୍ରଭାବରେ ଲୋକସେବା ଭବନ ପରିସର ଧୂଆଁମୟ ହୋଇଥିଲା। ଏସିରେ ସଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ତଦନ୍ତ ପରେ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଇଛି ।

More Stories