କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧୀ, ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ, ନବ ନିଯୁକ୍ତ କାର୍ଯ୍ୟକର୍ତା ଙ୍କୁ ସମ୍ବର୍ଦ୍ଧନା ।

କୋକସରା:୦୩/୧୦ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିଷ୍ପତି କ୍ରମେ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ବ୍ଲକ ରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅବସରରେ ଗାଁ କୁ ଚାଲ ପଦଯାତ୍ରା ର ପ୍ରସ୍ତୁତି ବୈଠକ କୋକସରା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଜିଲ୍ଲା ତଥା ବ୍ଲକ ରେ ଦାୟିତ୍ୱ ନେଇଥିବା ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ବ୍ଲକ ନୂତନ ସଭାପତି ଲିଙ୍ଗରାଜ ବେହେରା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପଟ୍ଟଯୋଶୀ ଜିଲ୍ଲା ଉପସଭାପତି, ପୁରୁଷୋତ୍ତମ ଗୁପ୍ତା,ସାଧାରଣ ସମ୍ପାଦକ,ରାଜେନ୍ଦ୍ର ନାଏକ,ତ୍ରିଭୁବନ ନାଏକ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ମଣିଭଦ୍ର ପଣ୍ଡା,ନିମାଇଁ ଧଙ୍ଗଡ଼ାମାଝି ମହିଳା କଂଗ୍ରେସ ସଭାନେତ୍ରୀ ମାଧୁରୀ ନିଆଲ, ମୋଟେର ଜୋନ ସଭାପତି ଯତୀନ୍ଦ୍ର ଦଳେଇ କୋକସରା ଜୋନ ସଭାପତି କମଳ ଲୋଚନ ନାଏକ,ଆମପାଣି।ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ,ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ ପଟ୍ଟନାୟକ , ବରିଷ୍ଠ ସଦସ୍ୟ ମହେନ୍ଦ୍ର ଧରୁଆ,କୀର୍ତନ ଶବର ,ମନୋରଞ୍ଜନ ମହାନ୍ତି,ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ସୁବାସ ଚନ୍ଦ୍ର ଦାସ ଯୁବ କଂଗ୍ରେସ ରୁ କ୍ଷୀରସିନ୍ଧୁ ସୁନାନୀ ସମେତ ବ୍ଲକ ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଆଗକୁ ଘରେ ଘରେ କଂଗ୍ରେସ ପଦଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା।।