Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତରେ ମୃତ୍ୟୁ ଘଟିଥିବା ପରିବାରକୁ ଭେଟି ସମବେଦନା ଜଣାଇଲେ କଂଗ୍ରେସ ପ୍ରତିନିଧି ଦଳ।

ଧର୍ମଗଡ଼:୦୬/୧୦ କିଛି ଦିନ ତଳେ ବଜ୍ରପାତ ଯୋଗୁଁ ପର୍ଲା ପଂଚାୟତ ଅଧିନସ୍ଥ ଚିତାମୁଣ୍ଡା ଗ୍ରାମର ଗୋଟିଏ ପରିବାର ର ତିନିଜଣ ମହିଳା ମୃତ୍ୟୁ ବରଣ କରିଥିଲେ।ଏହି ଦୁଃଖଦ ଘଟଣା ସମଗ୍ର ଦଣ୍ଡପାଟ ଅଂଚଳ ରେ ଶୋକର ଛାୟା ଖେଳାଇ ଦେଇଥିଲା। ଏହି ଘଟଣା ପରେ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ମୃତ ପରିବାର କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସାହାଯ୍ୟ ଦେଇଥିବାର ଜଣାପଡିଛି।ଏ କ୍ରମରେ ଆଜି କଂଗ୍ରେସ ଦଳ ତରଫରୁ ମଧ୍ୟଏକ ପ୍ରତିନିଧି ମଣ୍ଡଳୀ ଚିତାମୁଣ୍ଡା ଯାଇ ମୃତ ପରିବାର କୁ ଭେଟି ନିଜର ସମବେଦନା ଜଣାଇବା ସହିତ କିଛି ଆର୍ଥିକ ସାହାଯ୍ୟ ଦେଇଥିଲେ. ସେମାନଙ୍କ ସହିତ କଂଗ୍ରେସ ଦଳ ଅଛି ଓ ଭବିଷ୍ୟତ ରେ ଆବଶ୍ୟକ ହେଲେ ସାହାଯ୍ୟ କରାଯିବ ବୋଲି ମୃତ ପରିବାର କୁ ସେମାନେ ପ୍ରତିଶୃତି ଦେଇଥିଲେ. ଏହି ପ୍ରତିନିଧି ମଣ୍ଡଳୀ ରେ ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ଯୁବ ନେତା ଡାକେଶ୍ୱର ଲହଜଲ, ରତନ ନାଏକ, ତ୍ରିନାଥ ମସ୍ରା ଆଦି ସାମିଲ ଥିଲେ।