Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ସବରେଜିଷ୍ଟ୍ରାର୍‌ଙ୍କ ଅଫିସରେ ଲିଖିତ ଅଭିଯୋଗ କଲେ ପୂର୍ବତନ ପ୍ରେମିକା ସୋମାଲିକା

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିବାର ସମ୍ଭାବନା ରହିଛି। ଅନ୍ୟ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାଶ କଟକ ସବରେଜିଷ୍ଟ୍ରାର୍‌ଙ୍କ ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପଞ୍ଜୀକରଣ ଅଧିକାରୀ ବିଧାୟକଙ୍କୁ ପଚରା ଉଚୁରା କରି ପାରନ୍ତି।

ସେ କହିଛନ୍ତି, ମୁଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛି। ମୋତେ ନ୍ୟାୟ ଦରକାର। ବିଜୟଶଙ୍କର ତାଙ୍କ ଟିଉସନ୍ ଶିକ୍ଷକଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି। ପୁଲିସ ମୋତେ ବହୁତ ହଇରାଣ କରୁଛି। ମୁଁ ଅବସାଦ ଭିତରକୁ ଚାଲିଆସିଲିଣି। ବିଜୟଶଙ୍କର ନିଜର କ୍ଷମତାକୁ ଅପବ୍ୟବହାର କରିଚାଲିଛନ୍ତି ବୋଲି ସେ କହିଛନ୍ତି।

ଏକ ବର୍ଷ ହେବ ପ୍ରେମ ବିବାଦରେ ଛନ୍ଦି ହୋଇଥିବା ବିଜୟ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଆବେଦନ କରିଛନ୍ତି। ଏ ବିଷୟରେ କିଛି ଅଭିଯୋଗ ଆସିଲେ ଶୁଣାଣି କରାଯିବ ବୋଲି କହିଥିଲେ ପଞ୍ଜୀକରଣ ଅଧିକାରୀ। ଆବେଦନ ନେଇ କଟକ ଜିଲ୍ଲା ବିବାହ ପଞ୍ଜୀକରଣ ଅଧିକାରୀ ଗୁରୁବାର ସୂଚନା ଦେଇଥିଲେ।

ସୂଚନାଯାଗ୍ୟ, ତିର୍ତ୍ତୋଲ ବିଧାୟକ ସେପ୍ଟେମ୍ବର ୨୧ ତାରିଖରେ ବିବାହ ପାଇଁ ପଞ୍ଜୀକରଣ ଆବେଦନ କରିଥିଲେ। ଆବେଦନର ମାସକ ପରେ ଓ ୩ ମାସ ପୂର୍ବରୁ ହାଜର ହେବାକୁ ପଡ଼ିବ। ୩ ଜଣ ସାକ୍ଷୀଙ୍କ ସହ ଉଭୟ ବର ଏବଂ କନ୍ୟା ହାଜର ହେବେ। ଯଦି କିଛି ଅଭିଯୋଗ ଆସେ ତେବେ ତାର ଶୁଣାଣି କରାଯିବ। ଏ ଯାଏ କିଛି ଅଭିଯୋଗ ଆସି ନ ଥିବା ଅଧିକାରୀ କହିଛନ୍ତି।

ପୂର୍ବତନ ପ୍ରେମିକା ସୋମାଲିକାଙ୍କ ସହିତ ବିବାଦ ତୁଟି ନଥିବା ବେଳେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ନିମନ୍ତେ କଟକ ସବ ରେଜିଷ୍ଟରଙ୍କ ନିକଟରେ ଆବେଦନ କରିଛନ୍ତି । ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ପୂର୍ବରୁ ସୋମାଲିକା ମଧ୍ୟ ସେଇ ଯୁବତୀଙ୍କ କଥା ଉଠାଇଥିଲେ।

ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେବା ସହ ହାଇକୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ବିଜୟ ଶଙ୍କରଙ୍କୁ କୌଣସି କ୍ଲିନ ଚିଟ୍ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ